କ୍ୟାଟ୍ୱାକ୍ ବେଳେ ମଡେଲଙ୍କ ମୃତ
ସାଓପାଓଲୋ (ଏଜେନ୍ସି): ରାମ୍ପରେ କ୍ୟାଟ୍ୱାକ୍ କରିବା ବେଳେ ଜଣେ ମଡେଲଙ୍କ ମୃତ୍ୟୁ ହୋଇଛି । ବ୍ରାଜିଲର ସାଓପାଓଲୋରେ ଶନିବାର ଆୟୋଜିତ ଫ୍ୟାଶନ ୱିକ୍ର ରାମ୍ପ ଶୋରେ ଏହି ଘଟଣା ଘଟିଛି । ମୃତା ମଡେଲ ହେଉଛନ୍ତି ଟେଲ୍ସ ସୋର୍ସ । ସେ ରାମ୍ପରେ ଚାଲୁଥିବାବେଳେ ହଠାତ ତଳେ ପଡ଼ିଯାଇଥିଲେ । ୨୬ ବର୍ଷୀୟା ଏହି ମଡେଲଙ୍କୁ ତୁରନ୍ତ ସେଠାରୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଫ୍ୟାଶନ ୱିକ୍ରେ ଉପସ୍ଥିତ ସମସ୍ତ ଦର୍ଶକ ସ୍ତବ୍ଧ ହୋଇଯାଇଥିଲେ । ସାଓପାଓଲୋ ଫ୍ୟାଶନ ୱିକ ପକ୍ଷରୁ ଏ ନେଇ ଏକ ବିବୃତି ଜାରି କରାଯାଇ ଗଭୀର ଦୁଃଖପ୍ରକାଶ କରାଯିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଯାଇଛି ।