କ୍ୟାଥାଲିକ୍ ଚର୍ଚ୍ଚ ଉଦ୍ଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲା କାଶୀନଗର ବ୍ଲକ ପେଦାଗୁଡା ଗ୍ରାମର ଯକ୍ଷ ଗମାଙ୍ଗ ନିଜସ୍ୱ ଅର୍ଥରେ ତିଆରି କରିଥିବା କ୍ୟାଥାଲିକ୍ ଚର୍ଚ୍ଚ ଉଦ୍ଘାଟିତ ହୋଇଯାଇଛି । ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ଡ.ତିରୁପତି ପାଣିଗ୍ରାହୀଙ୍କ ଦ୍ୱାରା ଏହି ଚର୍ଚ୍ଚଟି ଉଦଘାଟିତ ହୋଇଛି । ଶ୍ରୀ.ପାଣିଗ୍ରାହୀ ଉଦଘାଟନ ଉତ୍ସବରେ ସମସ୍ତଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇ ନିଜସ୍ୱ ଉଦ୍ୟମ ଓ ଅର୍ଥରେ ଚର୍ଚ୍ଚକୁ ନିର୍ମାଣ କରିଥିବା ଯକ୍ଷ ଗମାଙ୍ଗଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାବରା ତିରୁପତି ରାଓ,ସମିତି ସଭ୍ୟ ସୁକାନ୍ତୀ ସବର,ଯୁଧୀଷ୍ଟ ଗମାଙ୍ଗ,ଶିଲ୍ପାନୀ ଭୁୟାଁ ପ୍ରମୁଖ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।