କ୍ୟାନ୍ସର୍ ଆଶଙ୍କା ହ୍ରାସକରେ ପିଆଜ, ରସୁଣ

ପିଆଜ, ରସୁଣ ଏବଂ ପିଆଜ ପ୍ରଜାତିର ବିଭିନ୍ନ ପରିବା ସେବନ ଦ୍ୱାରା ଉଦର ଏବଂ ମଳାଶୟ କ୍ୟାନ୍ସର୍ ଆଶଙ୍କା ହ୍ରାସ ପାଇଥାଏ । ନିକଟରେ ହୋଇଥିବା ଏକ ଗବେଷଣାର ନିଷ୍କର୍ଷରୁ ଏହା ଜଣାପଡ଼ିଛି । ଆହାର ନାଳର ତଳ ଭାଗରେ ଥିବା ଉଦର ଏବଂ ମଳାଶୟ କ୍ୟାନ୍ସର୍କୁ କୋଲୋରେକ୍ଟଲ କ୍ୟାନସର୍ କୁହାଯାଏ । ଏସିଆ ପେସିଫିକ୍ ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଅନ୍କୋଲଜିରେ ପ୍ରକାଶିତ ଏହି ଗବେଷଣାରୁ ଜଣାପଡ଼ିଛି, ପିଆଜ ପ୍ରଜାତିର ପରିବା ସେବନ କରୁଥିବା ବୟସ୍କଙ୍କ ମଧ୍ୟରେ କୋଲୋରେକ୍ଟଲ କ୍ୟାନସର୍ ଆଶଙ୍କା ୭୯ ପ୍ରତିଶତ ହ୍ରାସ ପାଇଥାଏ । ·ଇନା ମେଡିକାଲ୍ ୟୁନିଭର୍ସିଟିର ଫରେଷ୍ଟ୍ରି ହସ୍ପିଟାଲ୍ର ଗବେଷକ ଝି ଲି ‘ଙ୍କ ମତରେ ଗବେଷଣାରୁ ଦେଖିବାକୁ ମିଳିଛି, ପିଆଜ କିମ୍ବା ପିଆଜ ଷଣ୍ଢା ସେବନ ଦ୍ୱାରା ଅନ୍ୟ ପରିବା ଅପେକ୍ଷା ଶରୀରକୁ ରୋଗ ଭୟ କମ୍ ଥାଏ । ବିଶେଷକରି କ୍ୟାନସର୍ ଭଳି ଦୂରାରୋଗ୍ୟ ରୋଗର ଆଶଙ୍କା ହ୍ରାସ ପାଇଥାଏ । ଗବେଷଣାର ମୁଖ୍ୟ ଲକ୍ଷ୍ୟ ଥିଲା, ପରିବର୍ତ୍ତିତ ଜୀବନଶୈଳୀରେ କୋଲୋରେକ୍ଟଲ୍ କ୍ୟାନ୍ସର୍ର ପ୍ରାରମ୍ଭିକ ସ୍ତରରୁ ରୋକ ଲଗାଇବା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, କୋଲୋରେକ୍ଟଲ୍ କ୍ୟାନସର୍ ବର୍ତ୍ତମାନ ବିଶ୍ୱରେ ସାଧାରଣ ରୋଗ ପାଲଟିଲାଣି । ୨୦୧୮ରେ ଏହି ରୋଗର ୧୮ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା । ଯେଉଁଥିରୁ ୮,୬୨,୦୦୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ