କ୍ୟାନ୍ସର ପୀଡ଼ିତ କୁନିପିଲାଙ୍କ ଜନ୍ମଦିନ ପାଳନ କଲା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ

ଭୁବନେଶ୍ୱର,: ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଅଫ୍ ଏଜୁକେଶନ ଏଣ୍ଡ •ରିଟେବୁଲ୍ ଟ୍ରଷ୍ଟ, ବମ୍ବେ ଓଡ଼ିଆ ମହାସଂଘ ଓ ବମ୍ବେରୁ ପ୍ରକାଶିତ ଓଡ଼ିଆ ସମ୍ବାଦପତ୍ର ‘ମୁମ୍ବାଇ ଓଡ଼ିଆ ସମାଜ’ର ମିଳିତ ଆନୁକୂଲ୍ୟରେ ୨୫୦ରୁ ଉଦ୍ଧ୍ୱର୍ କ୍ୟାନ୍ସର ପୀଡ଼ିତ ପିଲାମାନଙ୍କ ଜନ୍ମଦିନ ପାଳନ କରାଯାଇଛି । ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ୟାନ୍ସର ସଚେତନତା ଉପରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ଛୋଟ ଛୋଟ ପିଲାମାନଙ୍କ ଗହଣରେ ବେଶ୍ କିଛି ସମୟ ବିତାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଡ. ବିପିନ ବିହାରୀ ମିଶ୍ର ଓ ସମ୍ପାଦିକା ଡ. ସୁକାନ୍ତି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିବା ପିଲାମାନଙ୍କୁ ପାଠ୍ୟ ଉପକରଣ, ବିଭିନ୍ନ ଖେଳନା ସାମଗ୍ରୀ ସହ ଦରକାରୀ ଜିନିଷ ବଣ୍ଟନ କରାଯାଇଥିଲା । କୁନିକୁନି ପିଲାମାନଙ୍କ ମଧ୍ୟରେ ଗୀତ, ନାଚ ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ.ବିପିନ ବିହାରୀ ମିଶ୍ର କହିଥିଲେ ଯେ, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ କ୍ୟାନ୍ସର ରୋଗର ନିରାକରଣ ଦିଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଏହି କୁନିକୁନି ପିଲାମାନଙ୍କ ମୁହଁରେ ଯେଉଁ ଖୁସିଭାବ ଦେଖିବାକୁ ମିଳିଛି ତାହା ଆମ ପାଇଁ ବେଶ୍ ମୂଲ୍ୟବାନ । କେବଳ ଏତିକି ନୁହେଁ, ଦେଶର ଯେକୌଣସି ସ୍ଥାନରୁ କ୍ୟାନ୍ସର ପୀଡ଼ିତ ବ୍ୟକ୍ତିବିଶେଷ ଯଦି ଏହି ହସ୍ପିଟାଲକୁ ଚିକିତ୍ସିତ ହେବାକୁ ଆସନ୍ତି, ତେବେ ଆମ ଅନୁଷ୍ଠାନ ତରଫରୁ ତାଙ୍କୁ ସାଧ୍ୟମତେ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ । ଟାଟା ମେମୋରିଆଲ ହସ୍ପିଟାଲର ବରିଷ୍ଠ ଅଧିକାରୀ ଓ ଜନ ସମ୍ପର୍କ ଅଧିକାରୀ ଉପସ୍ଥିତ ରହି ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା କ୍ୟାନ୍ସର ପରି ଦୁରାରୋଗ୍ୟରେ ପୀଡ଼ିତ ପିଲାମାନଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଥିବାରୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନକୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ