କ୍ୟାନ୍ସର ରୋଗୀ ଙ୍କ ଦୁଃଖଦ କାହାଣୀ

କଳାହାଣ୍ଡି,(ଓ୍ବାଇଏନ୍ଏସ୍): ମୁଁ ବଞ୍ଚିବାକୁ ଚାହେଁ–!ଏଥିଲା ଜଣେ ବଞ୍ଚିବା ର ରାହା ଖୋଜୁଥିବା ଜଣେ କ୍ୟାନ୍ସର ରୋଗୀର କଣ୍ଠରୁଦ୍ଧ ଚିତ୍କାର।କଳାହାଣ୍ଡି ଜିଲ୍ଲା ପର୍ଲା ଗ୍ରାମର ଦୁତିକା ସୁନାନୀ।ଦୀର୍ଘ ବର୍ଷେ ହେବ କର୍କଟ ରୋଗରେ ପୀଡିତ।ରୋଗ ଯନ୍ତ୍ରଣା ରେ ଛଟପଟ ହୋଇ ବିଛଣାରେ ପଡିରହିଛି ।ବର୍ଷ ତଳ କଥା।ହଠାତ ଜ୍ୱର ହେଲା ।ଆଖପାଖ ଡାକ୍ତରଖାନାରେ ଚିକିତ୍ସା କରାଇଲେ।ତଥାପି ଉପଶମ ମିଳିଲା ନାହିଁ।ଘରର କଂସା ବାସକୁସନ ଓ ଲୋକଙ୍କ ଠାରୁ ଧାର କରଜ କରି ବ୍ରହ୍ମପୁର ଡାକ୍ତରଖାନା କୁ ନେଲେ।ପରୀକ୍ଷା ନିରୀକ୍ଷା କରିବା ଫଳରେ ରକ୍ତ କର୍କଟ ରୋଗ ଥିବା ଜଣାପଡିଲା।ସେଠାରେ ଡାକ୍ତର କଟକ ଡାକ୍ତରଖାନାକୁ ରେଫର କରି ଦେଇଥିଲେ । କିଛିଦିନ ଚିକିତ୍ସା କରାଇ ଘର କୁ ଫେରି ଛନ୍ତି।କଣ ବା କରିଥାନ୍ତେ,ଅର୍ଥ ଅଭାବରୁ ରହିବା ସମ୍ଭବ ହେଲାନାହିଁ।ଏଣେ କୁଳି ମଜୁରୀ କରି ସ୍ୱାମୀ ଯାହା ଆଣନ୍ତି ସେଥିରୁ ଘର ଚୁଲିରେ ନିଆଁ ଜ୍ବଲେ।ପେଟ କୁ ଦ୍ଵିମୁଠା ଯୋଗାଡ଼ କରିପାରୁନଥିବା ମଣିଷ ଏତେ ବଡ଼ ରୋଗ ପାଇଁ ଅର୍ଥ ଯୋଗାଡ଼ କରିବ କେମିତି–?ଗୋଟାଏ ପଟେ ରହିବା କୁ ଘର ଖଣ୍ଡକ ନାହିଁ ବୋଲି ଭଙ୍ଗା ଦଦରା କୁଡ଼ିଆରେ ପଡି ରହିଛି । କେତେ ବେଳେ ଯେ ଛାତ ଭୁଶୁଡି ପଡିବ ଏଡାଇ ଦିଆ ଯାଇନପାରେ।ସରକାରୀ ସହାୟତା କହିଲେ କେବଳ ରାସନ କାର୍ଡରେ ମିଳେ ୧୫କିଲୋ ଚାଉଳ।ସେଥିରେ ୪କୁଟୁମ୍ବ ଚାଲିବା ମସ୍କୁଲ ହୋଇ ପଡିଛି।ତେବେ ନିଜ ପୁଅ ଝିଅ ଓ ସ୍ୱାମୀ ର ମୋହ ଯୋଗୁଁ ବଞ୍ଚିବା ର ରାହା ଖୋଜୁଛି ବୋଲି ପ୍ରକାଶ କରନ୍ତି।ସେଥିପାଇଁ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଗୁହାରି କରିଛନ୍ତି।ଅନ୍ୟପଟେ ସ୍ଥାନୀୟ ବାସୀ ତୁରନ୍ତ ଦୁତିକା ଙ୍କୁ ଉନ୍ନତ ଧରଣ ଚିକିତ୍ସା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ