କ୍ୟାପିଟାଲ ପୋଷ୍ଟରର ୩୨ତମ ସ୍ୱନକ୍ଷତ୍ର ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଗଣମାଧ୍ୟମ ହେଉଛି ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ସେତୁ ସଦୃଶ । ଏହାକୁ ବାଦ୍ ଦେଇ କୌଣସି ରାଷ୍ଟ୍ର ପ୍ରଗତି ହାସଲ କରିପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ସରକାରୀ କାର୍ଯ୍ୟଧାରା ଓ ଗଣମାଧ୍ୟମର ସମନ୍ୱୟ ନିହାତି ଆବଶ୍ୟକ ବୋଲି ଅତିଥିମାନେ ମତପୋଷଣ କରିଛନ୍ତି । ଗୀତଗୋବିନ୍ଦ ସଭାକକ୍ଷରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସାପ୍ତାହିକ ସମ୍ବାଦପତ୍ର ‘କ୍ୟାପିଟାଲ ପୋଷ୍ଟର’ର ୩୨ତମ ସ୍ୱନକ୍ଷତ୍ର ସମ୍ବର୍ଦ୍ଧିତ ଉତ୍ସବ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବିଶିଷ୍ଟ ଅତିଥି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏବଂ ସମ୍ମାନିତ ଅତିଥି ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରମୁଖ ଯୋଗଦେଇ ଗଣମାଧ୍ୟମର ମୂଲ୍ୟବୋଧ ଓ ପ୍ରଭାବ ସମ୍ପର୍କରେ ଆଲୋକପାତ କରି ପ୍ରଗତିଶୀଳ ରାଷ୍ଟ୍ରରେ ଗଣମାଧ୍ୟମ ୠୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନେ ସୁ•ରୁ ରୂପେ ଦାୟିତ୍ୱ ନିର୍ବାହ କରିବା ଉଚିତ୍ ବୋଲି କହିଛନ୍ତି । ଏହାଦ୍ୱାରା ଜନସାଧାରଣଙ୍କର ଆସ୍ଥା ବୃଦ୍ଧି ପାଇବା ସହିତ ରାଷ୍ଟ୍ରର ପ୍ରଗତିରେ ସହାୟକ ହେବ ବୋଲି ମତବ୍ୟକ୍ତ କରିବା ସହ ଏହି ସାପ୍ତାହିକ କ୍ୟାପିଟାଲ ପୋଷ୍ଟର ନିରବଚ୍ଛିନ୍ନ ଭାବରେ ଦୀର୍ଘ ୩୧ବର୍ଷ ଧରି ବିଭିନ୍ନ ବାଧାବିଘ୍ନ ସତ୍ତେ୍ୱ ଚଳାଇ ଆସୁଥିବାରୁ ଆଜି ୩୨ ବର୍ଷରେ ପଦାର୍ପଣ କରୁଛି ଏଣୁ ଏହାର ସମ୍ପାଦକଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ ଉତ୍ସବରେ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ବିଶୋୟୀ, ସୁରେନ୍ଦ୍ର ସାହୁ ସମ୍ପାଦକୀୟ ବାର୍ତ୍ତାରେ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗ ଆଗକୁ ଆଗେଇ •ଲିବ ବୋଲି ଆଶାପୋଷଣ କରିଥିଲେ । ଉତ୍ସବରେ ଅତିଥିମାନେ ରାଜ୍ୟର ପ୍ରତିଭାଧାରୀ ଯୁବ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ସୁଦୂର ବରଗଡ଼ରୁ ପ୍ରକାଶିତ ସାପ୍ତାହିକ ଗଣଇସ୍ତାହାରର ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର, ଗ୍ରାମାଞ୍ଚଳର ସାମ୍ବାଦିକ ପ୍ରମୋଦ ପରିଡ଼ା, ସମାଜସେବୀ ମମତା ବିଶ୍ୱାଳ ଯୁବ ସମାଜସେବୀ ଉମେଶ କୁମାର ନନ୍ଦ ଏବଂ ବିଶିଷ୍ଟ ଶିକ୍ଷାବିତ୍ ଜ୍ଞାନେନ୍ଦ୍ରିୟ ମିଶ୍ର, ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ନିଗମମାନଙ୍କରେ ଦାୟିତ୍ୱ ନେଇଥିବା ଉପଦେଷ୍ଟା, ଅଧ୍ୟକ୍ଷ, ସଭାପତି ଲେନିନ୍ ମହାନ୍ତି, ସମ୍ପାଦକ, ଉକ୍ରଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ, ସୁଜିତ୍ କୁମାର, ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଅନୁଭବ ପଟ୍ଟନାୟକ, ଉପଦେଷ୍ଟା, ଇଟି ଆଣ୍ଡ ଆଇଟି, କୃତ୍ତିବାସ ପାତ୍ର, ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଉକ୍ରଳ କେଶରୀ ପରିଡ଼ା, ଉପଦେଷ୍ଟା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଦେବାଶିଷ ମଲ୍ଲିକ, ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ନିଗମ, ସୁଲତା ଦେଓ, ଉପଦେଷ୍ଟା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଜନ୍ମେଜୟ ଲେଙ୍କା, ଉପଦେଷ୍ଟା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାମଚନ୍ଦ୍ର ପଣ୍ଡା, ଉପଦେଷ୍ଟା, ରାଜ୍ୟ କୃଷି ବିପଣନ ପରିଷଦ, ଦେବାଶିଷ ମହାନ୍ତି, ଅଧ୍ୟକ୍ଷ, ଓଡ଼ିଶା କୃଷି ଶିଳ୍ପ ନିଗମ, ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଅଧ୍ୟକ୍ଷ, ରାଜ୍ୟ ବିହନ ନିଗମ, ପ୍ରଭାତ ଆଦିତ୍ୟ ମିଶ୍ର, ଅଧ୍ୟକ୍ଷ, ଆପିକଲ, ଅନୁପ ସାଏ, ଅଧ୍ୟକ୍ଷ, ଓଡ଼ିଶା ପଣ୍ୟଗାର ନିଗମ, ଅସିତ୍ ପଟ୍ଟନାୟକ, ଅଧ୍ୟକ୍ଷ, ଫିସ୍ଫେଡ଼, ଅମରେନ୍ଦ୍ର ଦାସ, ଅଧ୍ୟକ୍ଷ, ଓଡ଼ିଶା କାଜୁ ଉନ୍ନୟନ ନିଗମ, ଲୁଲୁ ଅମାତ, ଅଧ୍ୟକ୍ଷ, ରାଜ୍ୟ ଗ୍ରାମ୍ୟ, ଗୃହ ଉନ୍ନୟନ ନିଗମ, ଚିନ୍ମୟ ସାହୁ, ଅଧ୍ୟକ୍ଷ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ, ଶ୍ରୀମୟୀ ମିଶ୍ର, ଅଧ୍ୟକ୍ଷ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅମରେଶ ପତ୍ରୀ, ଅଧ୍ୟକ୍ଷ, ରାଜ୍ୟ ଉଠାଜଳସେଚନ ନିଗମ, ସତ୍ୟବ୍ରତ ତ୍ରିପାଠୀ, ଅଧ୍ୟକ୍ଷ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ, ବିଜୟ କୁମାର ନାୟକ, ଅଧ୍ୟକ୍ଷ, ରାଜ୍ୟ ଯୁବ କଲ୍ୟାଣ ପରିଷଦ, ପ୍ରିୟଦର୍ଶୀ ମିଶ୍ର, ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ଼, ସୁବାସ ସିଂ, ଅଧ୍ୟକ୍ଷ, ଓଡ଼ିଶା କୋଠାବାଡ଼ି ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼, ସଂଗ୍ରାମ କେଶରୀ ପାଇକରାୟ, ସଭାପତି, ରାଜ୍ୟ ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼, ସୁଧୀର ଦାସ, ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଦିଲ୍ଲୀପ ତର୍କୀ, ଅଧ୍ୟକ୍ଷ, ରାଜ୍ୟ ହକି ପ୍ରମୋଶନ କାଉନସିଲ୍, ମାନସ ମଡ଼କାମୀ, ଅଧ୍ୟକ୍ଷ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ,ମାଲକାନଗିରି, ବିନୟ ଟପ୍ପୋ, ଅଧ୍ୟକ୍ଷ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ସୁନ୍ଦରଗଡ଼, ସସ୍ମିତା ବାଗ୍ଚି, ଅଧ୍ୟକ୍ଷ, ମୋ ସ୍କୁଲ୍, ଆକାଶ ଦାସନାୟକ, ଅଧ୍ୟକ୍ଷ, ମୋ କଲେଜ, ମୁଜିବୁଲ୍ଲା ଖାଁ, ଉପଦେଷ୍ଟା, ଜାତି, ଜନଜାତି ଓ ପଛୁଆବର୍ଗ ଉନ୍ନୟନ, ମିନତୀ ବେହେରା, ଅଧ୍ୟକ୍ଷା, ରାଜ୍ୟ ମହିଳା କମିଶନର, କସ୍ତୁରୀ ମହାପାତ୍ର, ଅଧ୍ୟକ୍ଷା, ସମାଜ ମଙ୍ଗଳ ବୋର୍ଡ଼, ସୁଲୋଚନା ଦାସ, ଅଧକ୍ଷା, ରାଜ୍ୟ ଭିନ୍ନକ୍ଷମ କମିଶନର, ଲୋପାମୁଦ୍ରା ବକ୍ସିପାତ୍ର, ଅଧକ୍ଷା, ମିଶନ ଶକ୍ତି, ପୁଷ୍ପେନ୍ଦ୍ର ସିଂଦେଓ, ସଦସ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ମାନସ ମଙ୍ଗରାଜ, ଉପଦେଷ୍ଟା, ଗଣମାଧ୍ୟମ ଓ ଲୋକସମ୍ପର୍କ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଜଗନ୍ନାଥ ଜଣାଣ, ବୃକ୍ଷ ସହ ଏକ ଫଳକ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ନହରକଣ୍ଟାସ୍ଥ ପଲ୍ଲୀ ଉନ୍ନୟନର ଅନ୍ତେବାସୀ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶେଷରେ ସୁମିତ୍ରା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାସ୍କର ଜେନା, ଉମେଶ ନନ୍ଦ, ଲିଲିପ୍ତା, ସୁଚିସ୍ମିତା, ସ୍ୱାତୀ, ସଂଘମିତ୍ରା, ଚିନ୍ମୟୀ, ଲିଟୁ, ବାପୁନ, ସତ୍ୟ, ମୁନା ଓ କୁକୁଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ବେଶ୍ ସଫଳ ହୋଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ