କ୍ୟାପ୍ସିକମ୍‌ର ଉପକାରିତା

ଶୀତଋତୁରେ ବଜାରରେ ବହୁ ମାତ୍ରାରେ କ୍ୟାପ୍ସିକମ୍ ଦେଖିବାକୁ ମିଳିଥାଏ । ଏହାକୁ ଚିଲି ତରକାରୀ କିମ୍ବା ସାଲାଡରେ ବ୍ୟବହାର କରାଯାଏ । କ୍ୟାପ୍ସିକମ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ । ବଜାରରେ ଲାଲ, ସବୁଜ ଓ ହଳଦିଆ ରଙ୍ଗର କ୍ୟାପ୍ସିକମ ବିକ୍ରି ହୋଇଥାଏ । ଏଥିରେ ଭିଟାମିନ୍ ଏ, ସି ଏବଂ ଇ ଭରପୂର ମାତ୍ରାରେ ଥାଏ । ମେଦବହୁଳତା ଓ ଡାଇବେଟିସ ଏହି ଦୁଇଟି ରୋଗ ଆଜିକାଲି ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି । ଏହି ଦୁଇ ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ କ୍ୟାପ୍ସିକମ୍ ନିହାତି ଜରୁରୀ । ଶରୀରରୁ ଚର୍ବି ହ୍ରାସ କରିବାର କ୍ଷମତା ରଖୁଥିବା କ୍ୟାପ୍ସିକମ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ । ମଧୁମେହ ରୋଗୀଙ୍କ ପାଇଁ ବି ଭାରି ଉପଯୋଗୀ । ତା’ଛଡ଼ା ମାନସିକ ଚାପ ଓ ହୃଦ୍‌ରୋଗକୁ ମଧ୍ୟ ନିୟନ୍ତ୍ରଣ କରିବାର କ୍ଷମତା ରଖିଛି କ୍ୟାପ୍ସିକମ୍ । ଅଣ୍ଟା ଏବଂ ଆଣ୍ଠୁଗଣ୍ଠି ସମସ୍ୟା ଥିବା ଲୋକେ ମଧ୍ୟ କ୍ୟାପ୍ସିକମ୍ ଖାଇବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ