କ୍ୟାବିନେଟ୍ ବୈଠକରେ ମିଳିଲା ଏନ୍ପିଆରକୁ ମଞ୍ଜୁରୀ
ନୂଆଦିଲ୍ଲୀ : ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମିଳିଛି ଏନ୍ପିଆରକୁ ମଞ୍ଜୁରୀ । ଏନେଇ ନୂଆଦିଲ୍ଲୀରେ ମୋଦି ସରକାରଙ୍କ ପକ୍ଷରୁ ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶରେ ସିଏଏ ଏବଂ ଏନ୍ଆରସିକୁ ନେଇ ବିରୋଧ ଏବଂ ଆନ୍ଦୋଳନ ଲାଗି ରହିଥିବା ବେଳେ ଏହା ମଧ୍ୟରେ ସରକାର ଏନ୍ପିଆରକୁ ମଞ୍ଜୁରୀ ଦେଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜନଗଣନା(ଏନ୍ପିଆର) ନିମନ୍ତେ ସରକାର 8700 କୋଟିର ବଜେଟ୍ ନିର୍ଦ୍ଧାରଣ କରାଯାଇଛି । ମୋଦିଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଉପସ୍ଥିତ ଥିଲେ ।


