କ୍ୟାବିନେଟ୍ ନିଷ୍ପତି : ୧୮ ମାସରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ କରାଯିବ । ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ଜଣାପଡ଼ିଛି ।
ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ଇନଡୋର ଷ୍ଟାଡ଼ିୟମକୁ କ୍ରୀଡ଼ା, ବିପର୍ଯ୍ୟୟ ଆଶ୍ରୟସ୍ଥଳ ଓ ଚିକିତ୍ସାଳୟ ଉପଯୋଗୀ କରାଯିବ । ଏଥିପାଇଁ ୬୯୩.୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ୧୮ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବ । ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଟ ପଦଷକ୍ଷପ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ରାଜ୍ୟ କ୍ରୀଡ଼ା ଭିତିଭୂମି ବିକାଶ ପ୍ରକଳ୍ପ’ ଅଧୀନରେ ଏହି ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ କରାଯିବ । ଯେଉଁ ଜିଲ୍ଲାରେ ଏଭଳି ଇନଡୋର ଷ୍ଟାଡ଼ିୟମ ନାହିଁ ସେଠାରେ ଏହା ନିର୍ମାଣ କରାଯିବ । ଏହି ଷ୍ଟାଡ଼ିୟମଗୁଡ଼ିକର କୋଠା ନିର୍ମାଣ ଏଭଳି ହେବ , ଯାହାକି ଘଂଟାପ୍ରତି ୨୦୦କିମି ବେଗରେ ପବନକୁ ସହ୍ୟ କରିପାରୁଥିବ । ଏହାକୁ ମହାବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ମହାମାରୀ ସମୟରେ ଏନଏସି ଅଂଚଳରେ ଥିବା ଷ୍ଟାଡ଼ିୟମଗୁଡ଼ିକରେ ୫୦ ବେଡ୍ ବିଶିଷ୍ଟ ମେଡିକାଲ ଓ ପୌରାଂଚଳରେ ୧୦୦ଗୋଟି ବେଡ୍ ବିଶିଷ୍ଟ ମେଡିକାଲ ଭାବେ ବିକଶିତ କରିବାର ଭିତିଭୂମି ମଧ୍ୟ ରହିବ । ଏସବୁ ବ୍ୟତୀତ ତାଲିମ କାର୍ଯ୍ୟକ୍ରମ, ସଭା, ପରୀକ୍ଷା କେନ୍ଦ୍ର ଆଦି କାର୍ଯ୍ୟ ପାଇଁ ମଧ୍ୟ ଏହି ଷ୍ଟାଡ଼ିୟମ ନିର୍ମାଣ ଅତ୍ୟନ୍ତ ଉପଯୋଗୀ ହୋଇପାରିବ ତଥା ଏହା ଦ୍ୱାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଅଧିକ ସୁଦୃଢ଼ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ