କ୍ୟାମେରା ରୋବୋଟ୍
ନେଦରଲାଣ୍ଡ ରୋବଟିକ୍ କମ୍ପାନୀ ଆମ୍ରିୟାଲୋ ପକ୍ଷରୁ ଇଣ୍ଟେଲିଜେନ୍ସ କ୍ୟାମେରା ରୋବଟ୍ ବିକଶିତ ହୋଇଛି । ଅତ୍ୟାଧୁନିକ କାରିଗରୀ କୌଶଳରେ ନିର୍ମିତ ଏହି କ୍ୟାମେରା ‘ଏଆର୍ ୪ଏକ୍ସ’ ଭାବେ ନାମିତ । କ୍ୟାମେରାର ବିଶେଷତ୍ୱ ହେଉଛି, କେବଳ ମନ୍ଦ ଉଦ୍ଦେଶ୍ୟ ରଖି ପ୍ରବେଶ କରୁଥିବା ଅଜଣା ବ୍ୟକ୍ତିର ମୁହଁକୁ ଅତି ସହଜରେ ପଢ଼ିପାରିବ ଏବଂ ଚିହ୍ନଟ କରି ତୁରନ୍ତ ମାଲିକଙ୍କ ନିକଟକୁ ସତର୍କ ସୂଚନା ପଠାଇପାରିବ । ୪୦ ଫୁଟ୍ ଦୂରରୁ ଯେକୌଣସି ମଣିଷ କିମ୍ବା ୬୦ଫୁଟ୍ ଦୂରରୁ କାରକୁ ଏହି କ୍ୟାମେରା ଠିକ୍ ଭାବେ ନିରୀକ୍ଷଣ କରିବ ଏବଂ ଅଜଣା ହୋଇଥିଲେ, ତାହା ଧରାପଡ଼ିଯିବ । ସୁରକ୍ଷା ଓ ନିରାପତ୍ତା ପାଇଁ ‘ଏଆର୍୪ ଏକ୍ସ’ କ୍ୟାମେରା ସିସିଟିଭିର ଏକ ଉତ୍ତମ ବିକଳ୍ପ ।


