କ୍ୟାରିଅର ଗଠନ ଏବଂ ମୋଟିଭେଶନ ପାଠ୍ୟକ୍ରମ
ହିଞ୍ଜିଳିକାଟୁ,( ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ପୋଚିଲିମ୍ମା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ହିଞ୍ଜିଳିକାଟୁ ଠାରେ ସୋମବାର କ୍ୟାରିଅର ଗଠନ ଏବଂ ମୋଟିଭେଶନ ପାଠ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲା ପିତଳ ରାମଚନ୍ଦ୍ରପୁର ସ୍ଥିତ ସୁଜ୍ଞାନି ସ୍ବାଇଁଙ୍କ ପରିଚାଳିତ ”ରଶ୍ମିତା ଏଡୁକେସନାଲ ଆଣ୍ଡ ସୋସିଆଲ ସର୍ଭିସ ଫାଉଣ୍ଡେସନ” ଦ୍ଵାରା ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଇଂ. ସୁନୀଳ କୁମାର ସ୍ବାଇଁ, ଉପଖଣ୍ଡ ଅଧିକାରୀ, ବିଦ୍ୟୁତ୍, ଟି.ପି.ଏସ.ଓ. ଡି.ଏଲ୍, ହିଞ୍ଜିଳିକାଟୁ, ଯୋଗ ଦେଇ ନିଜର ମୂଲ୍ୟବାନ ତଥ୍ୟ ତଥା ଉପଦେଶ ଉପସ୍ଥାପନା କରିଥିଲେ ।ଏହା ସହିତ “ସୁରଭି – ଏ ଜର୍ଣି ଅଫ ସୋସିଆଲ ମାନିଆ” ର ପ୍ରଶିକ୍ଷକ ସୁଶ୍ରୀ ମନିଷା ପ୍ରସାଦ ସାମନ୍ତ ସିଂହାର ଏବଂ ସୁଶ୍ରୀ ନିବେଦିତା ସାହୁ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ଗଠନର ବିଭିନ୍ନ ଧାରା ପ୍ରସଙ୍ଗରେ ପାଠ୍ୟକ୍ରମ ମାଧ୍ୟମରେ ବୁଝାଇଥିଲେ।ପାଠ୍ୟକ୍ରମ ଶିବିରରେ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ପ୍ରାୟ ୩୦୦ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ଅଧ୍ୟକ୍ଷା ମୁକ୍ତିରାଣୀ ସାମନ୍ତଙ୍କ ତତ୍ତ୍ଵାବଧାନରେ ଶଶାଙ୍କ ସେଖର ସାହୁ, ଅଶୋକ କୁମାର୍ ଡାକୁଆ,ସ୍ଵାଧୀନ ଶେଖର ସାହୁ ଏବଂ ସ୍ୱାଗତିକା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।