କ୍ୟାରିୟର କାଉନସେଲିଂ ବିଦ୍ୟାଳୟରେ ଅନୁଷ୍ଠିତ
ବେଲଗୁଣ୍ଠା,(ଶିବରାମ ଚୈାଧୁରୀ): କ୍ଷତ୍ରିୟବରପୁର ଆଂଚଳିକ ବି ।ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଦ୍ୟାର୍ଥୀ ବିକାଶ ଓ ବିଦ୍ୟାର୍ଥୀ ଶୃଙ୍ଖଳା ବ୍ୟବସ୍ଥା ତରଫରୁ ବୁଧବାର କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସର ପ୍ରାପ୍ତ ଅଧକ୍ଷ ଡକ୍ଟର ସୁଧିର ଭୋଳ ଓ ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ଡକ୍ଟର ସୂର୍ଯ୍ୟନାରାୟଣ ତ୍ରୀପାଠି,ସାଧନ ବ୍ୟକ୍ତ ରୁପେ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ଇଂରାଜୀ ଶିକ୍ଷାର ପାରଦର୍ଷିତା ଶିକ୍ଷା ଲାଭ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୂର୍ଯ୍ୟକାନ୍ତ ମହାନ୍ତି ଏଥିରେ ଅଧକ୍ଷତା କରିଥିବା ବେଳେ ପ୍ରାଧାପକ ପ୍ରକାଶ ଚନ୍ଦ୍ର ଆନ୍ଦତିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭାରତୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧାପକ ପ୍ରଦୀପ କୁମାର ତ୍ରୀପାଠି,ବିବେକାନନ୍ଦ କର ,ଡକ୍ଟର ରାଜେନ୍ଦ୍ର ଡାକୁଆ,ବିର୍ଷ୍ଣୁ ପ୍ରସାଦ ପଟ୍ଟନାୟକ,ପିଙ୍କି ପଲାଇ,ବିଜୟ ଲକ୍ଷ୍ମୀ ପାଢୀ,ରିନାବାଳା ତ୍ରୀପାଠି ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।


