କ୍ୟାଲେଣ୍ଡରରେ ସ୍ଥାନ ପାଇଲା ଚଉରାଶିର ବରାହୀ ମନ୍ଦିର

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ସମ୍ମିଳିତ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ୨୦୨୫ ନୂଆବର୍ଷ କ୍ୟାଲେଣ୍ଡର ରେ ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଚଉରାଶି ଗ୍ରାମ ର ପ୍ରସିଦ୍ଧ ବରାହୀ ମନ୍ଦିର ସ୍ଥାନ ପାଇଥିବାରୁ ତୁଳସୀପୁର ପଞ୍ଚାୟତ ବିଜେଡ଼ି ସଭାପତି ଅନିରୁଦ୍ଧ ତ୍ରିପାଠୀ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ ବ୍ୟାଙ୍କ ର ସଭାପତି ଓ ପରିଚାଳନା କମିଟି କୁ ଧନ୍ୟବାଦ ଜଣାଇଛନ୍ତି। ନୂଆବର୍ଷ କ୍ୟାଲେଣ୍ଡର ରେ ବରାହୀ ମନ୍ଦିର ଓ ମନ୍ଦିର ର ପାଶ୍ଵ ଦେବତା ଭାବେ ପୂଜା ପାଉଥିବା ସୂର୍ଯ୍ୟ ନାରାୟଣ ଦେବତାଙ୍କ ଫଟୋ ପ୍ରକାଶିତ ହୋଇଛି। ଏଥି ସହିତ ଉକ୍ତ କ୍ୟାଲେଣ୍ଡରରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ଙ୍କ ସୁଭଦ୍ରାଙ୍କ ପୁଷ୍ପାଭିଷେକ ଫଟୋ, ବ୍ରହ୍ମଗିରିର ପ୍ରଭୂ ଅଲାରାନାଥ ଙ୍କ ମନ୍ଦିର, କାକଟପୁରର ମା ମଙ୍ଗଳାଙ୍କ ମନ୍ଦିର, ପିପିଲିର ଭକ୍ତ ଦାସିଆଙ୍କ ପୀଠ ଓ ସତ୍ୟବାଦୀର ସାକ୍ଷୀଗୋପାଳ ମନ୍ଦିର ସ୍ଥାନ ପାଇଛି। ଏହି ସବୁ ସ୍ଥାନ କୁ ଅଧିକ ରୁ ଅଧିକ ପର୍ଯ୍ୟଟକ ଆସିବା ସମ୍ଭାବନା ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ