କ୍ୟାଡ଼ର ପୁନର୍ଗଠନ ଏକ ପ୍ରବଞ୍ଚନା ମିଳିତ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର: ସୋମବାର କର୍ମ·ରୀ ଭବନଠାରେ ମିଳିତ ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପୂର୍ବରୁ ସମଗ୍ର ପ୍ରାଥମିକ ଶିକ୍ଷକ ସମାଜ ପାଇଁ ରାଜ୍ୟ ସରକାର କୌଣସି ଦାବି ପୂରଣ କରିନାହାଁନ୍ତି । ଅପରନ୍ତୁ କ୍ୟାଡ଼ର ପୁନଃ ଗଠନ ନାମରେ ସରକାର ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ଯେଭଳି ଅନ୍ୟାୟ, ପ୍ରତାରଣା ତଥା ପ୍ରବଞ୍ଚନା କରିଛନ୍ତି, ତାର ଫଳ ଆଗାମୀ ନିକଟରେ ପ୍ରତିଫଳିତ ହେବ ବୋଲି ମିଳିତ ମଞ୍ଚରେ ନେତୃମଣ୍ଡଳୀ କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି ଗତ ଅକ୍ଟୋବର ୨୦୧୮ରେ ମିଳିତ ସଂଘର ନେତୃତ୍ୱରେ ଦୀର୍ଘ ୨୯ଦିନର ମହାସଂଗ୍ରାମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଂଘର ବିଭିନ୍ନ ଦାବି ଯଥା : ଗ୍ରେଡ୍ ପେ ୨୮୦୦/- ପ୍ରଦାନ, କନିଷ୍ଠ ଶିକ୍ଷକଙ୍କ ୨୫ ପ୍ରତିଶତ ଦରମା ବୃଦ୍ଧି, ପୁରୁଣା ପେନ୍ସନ୍ ପୁନଃ ପ୍ରଚଳନ, ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକଙ୍କୁ ୪୨୦୦/- ଗ୍ରେଡ୍ ପେ ପ୍ରଦାନ, ଏକ୍ସ-କ୍ୟାଡ଼ର ଗଣଶିକ୍ଷକଙ୍କ ଦରମା ଟ୍ରେଜେରୀ ମାଧ୍ୟମରେ ପ୍ରଧାନ, କ୍ରୀଡ଼ା ଶିକ୍ଷକଙ୍କ ·କିରୀର ନିୟମିତତା ପ୍ରମୁଖ ଦାବିଗ୍ୁଡ଼୍ିକ ଖୁବ୍ ଶୀଘ୍ର ପ୍ରଦାନ କରାଯିବାର ପ୍ରତିଶ୍ରୁତି ଓ କ୍ୟାଡ଼ର ପୁନଃ ଗଠନର ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିଲା । କିନ୍ତୁ ଅଦ୍ୟାବଧି ସରକାର ସଂଘର କୌଣସି ବର୍ଗର ଶିକ୍ଷକଙ୍କ ଗୋଟିଏ ହେଲେ ଦାବି ପୂରଣ କରିନାହାଁନ୍ତି । ଯଦି ସରକାର ଶିକ୍ଷକଙ୍କ ପ୍ରତି ଆନ୍ତରିକତା ଥାଆନ୍ତା, ତେବେ ନିର୍ବାଚନ ପୂର୍ବରୁ ୨୮୦୦/- ଗ୍ରେଡ୍ ପେ ପ୍ରଦାନ ସହିତ ବକେୟା ଅର୍ଥ ୬୦ ପ୍ରତିଶତ ଘରଭଡ଼ା, ପୁରୁଣା ପେନ୍ସନ୍ ପୁନଃ ପ୍ରଚଳନ, କନିଷ୍ଠ ଶିକ୍ଷକଙ୍କ ୨୫ ପ୍ରତିଶତ ଦରମା ବୃଦ୍ଧି ତଥା କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତତା ସମ୍ପର୍କୀୟ ନିଷ୍ପତ୍ତି ନ ନେବା ସମଗ୍ର ଶିକ୍ଷକଙ୍କ ପରିବାରକୁ ପଦାଘାତ କରିବା ସହିତ ସମାନ ବୋଲି ମହାସଂଘର ମୁଖ୍ୟ ଆବାହକ ବଙ୍କିମ ଚନ୍ଦ୍ର ସାଗର ପ୍ରେସ୍କୁ ଜଣାଇଛନ୍ତି । ଉକ୍ତ ବୈଠକରେ ମହାସଚିବ ସୁଶାନ୍ତ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଜାମିନୀକାନ୍ତ ପଣ୍ଡା, କେଶବ ଚନ୍ଦ୍ର ସାହୁ, ଉତ୍ତମ କୁମାର ଦାସ, ମଳୟ କୁମାର ଜେନା, ଜ୍ଞାନରଞ୍ଜନ ମହାନ୍ତି, ଶ୍ରୀକାନ୍ତ କୁମାର ନାୟକ, ବିବେକାନନ୍ଦ ବେହେରା, ରାଜେନ୍ଦ୍ର କୁମାର ନାୟକ ପ୍ରମୁଖ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ