କ୍ୟୁଆରସାମ୍ ମିସାଇଲର ଦୁଇଥର ସଫଳ ପରୀକ୍ଷଣ

ଓଡିଶା: ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇ.ଟି.ଆର୍‍.ର ୩ ନମ୍ବର ଉତ୍‍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା କ୍ୟୁ.ଆର୍‍.ସାମ୍ ମିଶାଇଲର ମଙ୍ଗଳବାର ଦୁଇ ଥର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ, ଡିଆରଡିଓ ଏବଂ ଭାରତ ଇଲେକ୍‍ଟ୍ରୋନିକ୍‍ ଲିମିଟେଡ୍‍ର ମିଳିତ ସହାୟତାରେ ଏହି ପରୀକ୍ଷଣ କରାଯାଇଥିଲା। ଏହାର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଉଭୟ ଥର ଭିନ୍ନ ଉଚ୍ଚତା ଓ ପରିସ୍ଥିତିରେ ଏହି ମିଶାଇଲର ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସମୟରେ ଉଡ଼ାଣ ସ୍ଥିତି, ନିୟନ୍ତ୍ରଣ, ସଂରଚନା କୌଶଳ ଏବଂ ଟ୍ରାକିଙ୍ଗ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟୁ.ଆର୍‍.ସାମ୍ ମିଶାଇଲର ସଫଳ ପରୀକ୍ଷଣ ନେଇ ଡିଆରଡିଓକୁ ଶୁଭେଚ୍ଛା ଜଣେଇଛନ୍ତି। ଏହି ମିସାଇଲର ଆହୁରି ଅନେକ ଥର ପରୀକ୍ଷଣ କରାଯିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ