କ୍ୟୁବା, ଜାମାଇକାରେ ଭୂମିକମ୍ପ

ନୂଆଦିଲ୍ଲୀ : କ୍ୟୁବା ଏବଂ ଜାମାଇକାରେ ଅନୁଭୂତ ହେଉଛି ଭୂମିକମ୍ପ। ଏହାର ତୀବ୍ରତା ଥିଲା ୭.୭। ବୁଧବାର ରାତି ୧୨ଟା ୪୦ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହା ସହିତ କ୍ୟୁବା, ଜାମାଇକା ଏବଂ କାରିବିଆନ୍‌ ଅଞ୍ଚଳ ପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ଭୂକମ୍ପର କେନ୍ଦ୍ର ସ୍ଥଳ ଜାମାଇକାର ଲୁସିଆରୁ ୧୨୫ କି.ମି ଦୂରରେ ରହିଥିଲା । ଭୂମିକମ୍ପର ୩୦୦ କି.ମି ପରିସୀମା ପର୍ଯ୍ୟନ୍ତ ସୁନାମି ସତର୍କ ସୂଚନା ଜାରି କରାଯାଇଛି । ହଓ୍ବାଇ ସ୍ଥିତ ସୁନାମି ସତର୍କ ସୂଚନା କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଭୂମିକମ୍ପ ପ୍ରଭାବରେ ଏକାଧିକ ଘର ଭାଙ୍ଗିଥିଲେ ମଧ୍ୟ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ