କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ମଦ ଯୋଗାଇବା ଅଭିଯୋଗରେ ଜଣେ ଗିରଫ

ଶେରଗଡ଼, (ଦେବୀ ପ୍ରସାଦ ଦାସ): ଗଞ୍ଜାମ ଜିଲାର ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର ୧୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ ହୋଇଛି। ଏହା ସତ୍ତ୍ୱେ ବି ଅନ୍ତେବାସୀଙ୍କ ନିକଟରେ ବାହାର ଜିନିଷ ପହଞ୍ଚୁଥିବା ଦେଖାଯାଉଛି। ସୋମବାର ଶେରଗଡ଼ ବ୍ଲକ ବନ୍ଧାଗୁଡ଼ା ଗ୍ରାମ ଉଚ୍ଚ ବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କୁ ବାହାରୁ ପାଉଚ ମଦ ଯୋଗାଉଥିବା ଜଣେ ବ୍ୟକ୍ତି ପୋଲିସ ହାବୁଡ଼ରେ ପଡ଼ି ଗିରଫ ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର ଭଗବାନ ବେହେରା। ଜଣେ ଅନ୍ତେବାସୀଙ୍କୁ ବାହାରୁ ଥାଇ ଭଗବାନ ଦେଶୀ ମଦ ପାଉଚ ପିଙ୍ଗୁଥିବା ବେଳେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଅନୁଧ୍ୟାନ ପାଇଁ ଆସୁଥିବା ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ହାବୁଡ଼ରେ ପଡ଼ି ଗିରଫ ହୋଇଥିଲେ। ତାଙ୍କଠାରୁ ୪୦ ଲିଟର ମଦ ଜବତ କରାଯାଇଛି। ଏ ନେଇ ବଡ଼ଗଡ଼ ଥାନାରେ ନଂ.୧୨୭/୨୦ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଶେରଗଡ଼ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ