କ୍ୱାରେଂଟାଇନ ସେଂଟରରେ ରହିବାକୁ କହିବାରୁ ଆଶାକର୍ମୀଙ୍କୁ ଗାଳିଗୁଲଜ ଅଭିଯୋଗ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପଞ୍ଜାବ ରାଜ୍ୟରୁ ଫେରିଥିବା ଜନୈକ ବ୍ୟକ୍ତିଙ୍କୁ ପଂଚାୟତ କ୍ୱାରେଂଟାଇନ କେନ୍ଦ୍ରରେ ରହିବାକୁ କହିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ଭାଇ ଓ ସମ୍ପର୍କୀୟମାନେ ଆଶାକର୍ମୀଙ୍କୁ ଗାଳିଗୁଲଜ କରିଥିବା ବୁଧବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଡିହବଳରାମପୁର ଗ୍ରାମର ଚିତରଞ୍ଜନ ଦାସ ନାମକ ବ୍ୟକ୍ତି ଜଣଙ୍କ ଗତ ମାର୍ଚ୍ଚମାସ ୨୦ତାରିଖରେ ପଞ୍ଜାବ ରାଜ୍ୟରୁ ଫେରିଛନ୍ତି । ଏସମ୍ପର୍କରେ ସେହି ଗ୍ରାମର ଆଶାକର୍ମୀ ସୁଷମା ସାମଲ ପଂଚାୟତରେ ଜଣାଇବା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ କୋଭିଡ-୧୯ ସମ୍ପର୍କରେ ସଚେତନ କରି ନିୟମ ଅନୁଯାଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଥଣ୍ଡା,କାଶ ହେବାରୁ ତାଙ୍କୁ ପଂଚାୟତର କ୍ୱାରେଂଟାଇନ କେନ୍ଦ୍ରରେ ରହିବାକୁ ଆଶାକର୍ମୀ ପରାମର୍ଶ ଦେବାରେ ଚିତରଞ୍ଜନଙ୍କ ଭାଇ ରମେଶ କୁମାର ଦାସ,ମନୋରଞ୍ଜନ ଦାସଙ୍କ ସମେତ ଅନ୍ୟଜଣେ ଆଶାକର୍ମୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।