କ୍ୱାରେଣ୍ଟାଇନରେ ରହୁ ନାହାନ୍ତି ବାହାରୁ ଫେରୁଥିବା ପ୍ରବାସୀ

ହାଟଡ଼ିହି, (ଓ୍ବାଇଏନ୍ଏସ୍):କରୋନା ମୁକାବିଲା ଲାଭଗି ସରକାର ଯେତେ ପୟ୍ରକାର ପଦକ୍ଷେପ ଗ୍ରହଣ କରୁôତଳେବି ଲୋକମାନେ ତାହାକୁ ସହଜରେ ମାନୁ ନଥିବାରୁ କରୋନା ସଂକ୍ରମଣକୁ ରୋକିବା କଷ୍ଟକର ହୋଇ ପଡିବ । ଆମ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପ୍ରବାସୀମାନେ ଅôଦକ ସଂକ୍ରମିତ ବୋଲି କୁହାଯାୁଛି । ତେଣୁ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନେ ଯେପରି କ୍ୱାରେଣ୍ଟାଇନରେ ରହିବେ ସେଥିଲାଗି ସରପଞ୍ଚ ମାନଙ୍କୁ ସମ୍ପୁର୍ଣ୍ଣ ଦାୟିତ୍ୱ ଦିଆଯାଇଛି । କିନ୍ତୁ କିଛି ପ୍ରବାସୀ ବାହାର ରାଜ୍ୟରୁ ଆସୁଥିଲେ ମଧ୍ୟ କ୍ୱାରେଣ୍ଟାଇନରେ ରହୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗତ ୪ଦିନ ତଳେ ଗେଡମା ଅଞ୍ଚଳର ଜୋଣ ଯୁବକ ବାହାର ରାଜ୍ୟରୁ ଆସି କ୍ୱାରେଣ୍ଟାଇନରେ ନରହି ବିଭାଘର କାର୍ଯ୍ୟରେ ଯୋଗଦେବାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇବା ସହ ପୁଲିସ ପର୍ଯ୍ୟନ୍ତ କଥା ଯାଇଥିଲା । ସେହିପରି ସୁଲଣରେ ଜଣେ ଯୁବକ, କରଗୋଳାରେ ଜଣେ ଯୁବତୀ ବାହାର ରାଜ୍ୟରୁ ଆସିଥିଲେବି କ୍ୱାରେଣ୍ଟାଇନରେ ନରହିବାରୁ ଗ୍ରାମ ମାନଙ୍କରେ ଅସନ୍ତୋଷ ଦେଖାଦେଇଛି । ଦିନକୁଦିନ କରୋନା ଅ୍ରାକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥ୍ôରବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ସମସ୍ତେ ଏଥିପ୍ରତି ସଚେତନ ହେବା ଜରୁରୀ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ