କ୍ୱାରେଣ୍ଟାଇନ୍‌ରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ, ଜ୍ଵର ହୋଇଥିଲେ ବି ପ୍ରଶାସନକୁ ଲୁଚାଇଥିଲେ

ବୁଗୁଡା, (ଅନିଲ ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର କରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀ ଭାରତୀ ସ୍ଵାଇଁଙ୍କ ଜୁଲାଇ ୪ ତାରିଖ ଶନିବାର ଦିନ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ଭାରତୀ ସ୍ଵାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ଓଡ଼ିଆମାନଙ୍କୁ ଉତ୍ତମ ସେବା ଯୋଗାଉ ଥିବା ସମିତି ସଭ୍ୟ ବିବେକାନନ୍ଦ ବାରିକ ପ୍ରକାଶ କରିଛନ୍ତି। ଏହିପରି ଅନେକ ଭଲ କାମ କରୁଥିଲେ ମଧ୍ୟ ନିଜକୁ ଜ୍ଵର ହେଉଥିଲେ ମଧ୍ୟ ଲୁଚାଇଥିଲେ। ସେ ନିଜେ ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଯେଉଁ ବ୍ୟକ୍ତି ନିକଟରେ କରେନାର ଥାଏ ପ୍ରଶାସନକୁ ଜଣାଉଥିବା ବେଳେ ନିଜର କରୋନା ଲକ୍ଷଣ ଥିଲେ ମଧ୍ୟ ପ୍ରଶାସନକୁ ମିଛ କହିଥିଲେ। ଭାରତୀଙ୍କ ଜ୍ୱର ହୋଇଥିବା ଖବର ପାଇ ନିଜେ ବିଡ଼ିଓ ତନ୍ମୟ ପାତ୍ର ତାଙ୍କୁ ପଚାରିଥିଲେ ମଧ୍ୟ ସାମାନ୍ୟ ମଜାର ଜ୍ଵର ହୋଇଥିଲା ଭଲ ହୋଇ ଗଲାଣି ବୋଲି କହିଥିଲେ। ତଥାପି ବିଡ଼ିଓ କହିଥିଲେ ଯଦି ପୁଣି ଜ୍ୱର ଆସେ ତେବେ ଜଣାଇଲେ ସ୍ୱାବ ଟେଷ୍ଟ କରାଇନେବା। ନିଜ ଦେହରେ ଜ୍ଵର ଥିଲେ ମଧ୍ୟ ଏଣେ ତେଣେ ଔଷଧ ଖାଇ ପ୍ରଶାସନଙ୍କୁ ଜଣାଇ ନଥିଲେ। ଗତକାଲି ରାତ୍ରରେ ଭାରତୀଙ୍କ ଭିଷଣ ଜ୍ଵର ହୋଇଥିବା ବେଳେ ସକାଳେ ସରପଞ୍ଚ ଓ ସମିZòସଭ୍ୟ ଭାରତୀଙ୍କୁ ମେଡ଼ିକାଲକୁ ଆଣିଥିଲେ ବି ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ବିଭାଗର କେହି ମଧ୍ୟ ଦେଖିବାକୁ ଆସିନଥିବା ଯୋଗୁଁ ଗ୍ରାମ ଲୋକମାନେ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଆଇଆଇସି ଚିତ୍ତରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରି ମରଶରୀରକୁ ନିଜ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଏହି କରୋନା ଯୋଦ୍ଧା ଜଣକ କରୋନା ଲକ୍ଷଣ ଥାଇ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଯେହେତୁ ସେ ଏହା ଲୁଚାଇ ଶେଷରେ ମୃତ୍ୟୁ ମୁଖରେ ପଡିଛନ୍ତି, ତଥାପି କରୋନା ଯୋଦ୍ଧାଙ୍କୁ ମଳିବାକୁ ଥିବା ଆର୍ଥିକ ସୁବିଧାରୁ ତାଙ୍କ ପରିବାର ବଞ୍ଚିତ ରହିପାରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ