କ୍ୱାରେଣ୍ଟାଇନ୍ କେନ୍ଦ୍ର ପରିସର ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ‘କରୋନା’ମହାମାରୀ ପାଇଁ ଲକ୍ ଡାଉନ୍ ଚାରିଆଡେ । ପ୍ରବାସୀ ମାନଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୧ ଦିନ ରଖିବା ବ୍ୟବସ୍ଥା କରାଯାଇଛି ।ଦିର୍ଘ ୪୫ ଦିନରୁ ଉର୍ଦ୍ଧ୍ବ ଲକ୍ ଡାଉନ୍ ହେଲାଣି । ପ୍ରବାସୀ ସମେତ ଅଂଚଳବାସିଙ୍କର ଅର୍ଥ ଅନାଟନ ବଢ଼ି ଯାଇଛି । ଯାହାକୁ ନେଇ ପାରିବାରିକ ହିଂସା, ମାନସିକ ଅଶାନ୍ତି ବୃଦ୍ଧି ପାଇଛି । ଏଭଳି ଏକ ଅଭାବନୀୟ ଦୁଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଡେଙ୍ଗୁଡେହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।ବୈଶିଙ୍ଗା ଥାନା ଅନ୍ତର୍ଗତ ରାଇକାମା ଗ୍ରାମର ସୁରେନ୍ଦ୍ର ବେହେରା ଆନ୍ଧ୍ର ପ୍ରଦେଶର ପ୍ରଶାନ୍ତି ସାଈ ମନ୍ଦିରରେ କାମ କରୁଥିଲେ । ଲକ୍ ଡାଉନ୍ ଯୋଗୁଁ ସେମାନେ ଫଶି ରହିଥିଲେ ।ଗତ ୧୩ ତାରିଖ ଦିନ ସେମାନେ ଓଡ଼ିଶା ଆସି ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ ।ହେଲେ ୧୫ ଦିନ ସକାଳୁ କେହି ସ୍କୁଲ ପରିସରରେ ଥିବା ମହୁଲ ଗଛରେ କେହିଜଣେ ଝୁଲୁଛି । ସଙ୍ଗେ ସଙ୍ଗେ ଘଟଣାପ୍ରଚାର ହୋଇ ଯାଇଥିଲା । ଅସ୍ଥାୟୀ ଶିବିରରେ ଥିବା ଅନ୍ତେବାସୀ ଭୟଭୀତ ହୋଇ ପଡ଼ିଥିଲେ । ସମସ୍ତେ ସୁରେନ୍ଦ୍ରକୁ ଝୁଲନ୍ତା ଅବସ୍ଥାରେ ଚିହ୍ନଟ କରିଥିଲେ । ସୁରେନ୍ଦ୍ରର ସ୍ତ୍ରୀ କାନ୍ଦି କାନ୍ଦି ତଳେ ଗଡ଼ି ଯାଇଥିଲେ । ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ଝୁଲନ୍ତା ଅବସ୍ଥାରେ ମୃତକଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଥିଲେ ।