କ୍ୱାରେନଣ୍ଟାଇନରେ ୩ ଡାକ୍ତର, ୧୯ ନର୍ସ

ଯାଜପୁର: କରୋନା ମୁକାବିଲା ପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେବା ସତ୍ତ୍ୱେ ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ପଜିଟିଭଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ କ୍ୱାରେନଣ୍ଟାଇନ ରଖାଯିବାର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଯାଜପୁରରେ ୩ ଜଣ ଡାକ୍ତର ଓ ୧୯ଜଣ ନର୍ସଙ୍କୁ ପାରାମେଡିକ କ୍ୱାରେନଣ୍ଟାଇନରେ ରଖାଯାଇଛି । ସଂକ୍ରମିତ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରେନଣ୍ଟାଇନରେ ରଖାଯାଇଛି । ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଯାଜପୁରର ୫ ସଂକ୍ରମିତ ପୂର୍ବରୁ ନିକଟସ୍ଥ ଡାକ୍ତରଖାନାକୁ ଯାଇଥିଲେ । ଚିକିତ୍ସା କରିଥିବା ଡାକ୍ତର, ନର୍ସ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ । ସମ୍ପୃକ୍ତ ସମସ୍ତ ଡାକ୍ତର ଓ ନର୍ସମାନଙ୍କୁ ସ୍ୱତନ୍ତ୍ର କେନ୍ଦ୍ରରେ ରଖାଯାଇଛି । ଯାଜପୁର ସ୍ୱତନ୍ତର କୋଭିଡ କେୟାର ସେଣ୍ଟରରେ ସେମାନଙ୍କୁ ରଖାଯାଇଛି । ସେମାନଙ୍କ ସାମ୍ପଲ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯିବ । ସେମାନଙ୍କ ପରିବାର ଲୋକଙ୍କୁ ହୋମ କ୍ୱାରେନଣ୍ଟାଇନରେ ରହିବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ