କ୍ୱାର୍ଟସ୍ ପଛପଟୁ ବ୍ଲକ ପିଅନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକର କାର୍ଯ୍ୟରତ ଜଣେ ପିଅନ ହେମନ୍ତ କୁମାର ରଥ ଙ୍କ ସୋମବାର ମୃତ୍ୟୁ ଘଟିଛି । ସେ ଆଜି ତାଙ୍କର ବ୍ଲକ କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର ପରିସରରେ ଥିବା ଏକ ପଣସ ଗଛରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଛତ୍ରପୁର ଥାନା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ । ପରେ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଏନେଇ ଛତ୍ରପୁର ଥାନାରେ ଏକ ୪/୨୨ ରେ ଏକ ଅପମୃତ୍ୟୁ ମାମଲା ରଜୁ କରାଯାଇ ପୋଲିସ୍ ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ