କୟଳପଡା ପଞ୍ଚାୟତର ଦୁଇଟି ୱାର୍ଡକୁ ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ

ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଟାଙ୍ଗି ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ କୟଳପଡା ପଞ୍ଚାୟତର ୩ନମ୍ବର ୱାର୍ଡରୁ ଜଣେ କରୋନା ପଜେଟିଭ ଚିହ୍ନଟ ହେବାରୁ ସରପଞ୍ଚ ରଶ୍ମି ରଞ୍ଜନ ପ୍ରଧାନ ଦୁଇ ଦିନ ପାଇଁ ପଞ୍ଚାୟତର ଦୁଇଟି ୱାର୍ଡକୁ ସଟଡାଉନ ଘୋଷଣା କରିଛନ୍ତି। ୧୯/୦୮/୨୦୨୦ ରିଖ ସନ୍ଧ୍ୟା ୭ଘଟିକାରୁ ୨୧/୦୮/୨୦୨୦ ରିଖ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ୨ ଓ ୩ ନମ୍ୱର୍ ୱାର୍ଡ କୁ ସଟଡାଉନ କରାଯାଇଛି । ମହାମାରୀ କରନା ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ସେଥି ପାଇଁ ସଚେତନ ରହିବା ସହିତ ପଞ୍ଚାୟତ ବାସୀଙ୍କ ଠାରୁ ସହଯୋଗ କରିବାକୁ ସରପଞ୍ଚ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। କରନା ଠୁ ଜିତିବା। ଏଥି ସହିତ ଘଣ୍ଟ ବାଡେଇ ଆଶା, ଅଙ୍ଗନବାଡ଼ି କର୍ମୀ ୨ଓ ୩ ନମ୍ୱର୍ ୱାର୍ଡ ର ଜନସାଧାରଣ ଙ୍କୁ ସଚେତନ କରାଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ