କୟଳପଡା ପଞ୍ଚାୟତ ପରୀକ୍ଷା କେନ୍ଦ୍ରରୁ ୨୨ପଜିଟିଭ ଚିହ୍ନଟ
ଚୌଦ୍ୱାର : (ଦୀପକ୍ କୁମାର ବେଉରା) କଟକ ଜିଲ୍ଲା ଟାଙ୍ଗି-ଚୌଦ୍ୱାର ବ୍ଲକ ର କୟଳପଡ଼ା ପଞ୍ଚାୟତ ରେ କରାଯାଇଥିବା କରୋନା ପରୀକ୍ଷାରେ ୨୨ଜଣଙ୍କର ରିପୋର୍ଟ ପଜିଟିଭ ଆସିବା ଖବର ଏବେ ଚର୍ଚ୍ଚା ର ଶୀର୍ଷରେ । ଗତକାଲି ପଞ୍ଚାୟତ ର ବାଲୁଙ୍କେଶ୍ୱର ବିଦ୍ୟାପୀଠ ରେ ୨୦୫ଜଣଙ୍କର ଆଣ୍ଟିଜେଣ୍ଟ ଟେଷ୍ଟ କରାଯାଇଥିଲା ।ସେମାନଙ୍କ ମଧ୍ୟରୁ୨୨ଜଣଙ୍କର ରିପୋର୍ଟ ପଜିଟିଭ ଆସିଥିବା ଟାଙ୍ଗୀ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମଧୁସ୍ମିତା ନାୟକ କହିଛନ୍ତି ।ଏହି୨୨ଜଣଙ୍କ ମଧ୍ୟରୁ କୟଲପଡା ପଞ୍ଚାୟତ ର ୧୩ଜଣ ଥିବା ସରପଞ୍ଚ ରଶ୍ମିରଞ୍ଜନ ପ୍ରଧାନ କହିଛନ୍ତି ।ସେମାନଙ୍କ ମଧ୍ୟରୁ୬ଜଣ ସିମିଳିହାଣ୍ଡ ଓ ୭ଜଣ କୟଲପଡା ଗ୍ରାମର ବୋଲି ସୂଚନା ମିଳିଛି ।ଏହି ପଞ୍ଚାୟତ ରୁ ପୂର୍ବରୁ ଚିହ୍ନଟ ହୋଇ ଡ୍ରିମ୍ସ ଓ ଏବିଆଟି ରେ ରହୁଥିବା ୩ଜଣଙ୍କ ପରିବାରର ସଦସ୍ୟ ଅଛନ୍ତି ।ଅନ୍ୟ ପକ୍ଷରେ ବାଣିପଦା ପଞ୍ଚାୟତ ର ଆଶା ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଞ୍ଚାୟତ ରୁ ଚିହ୍ନଟ ୧୩ ଜଣ ଗୃହ ସଂଗରୋଧ ରେ ଥିବାରୁ ଚିନ୍ତାର କାରଣ ବେଶୀ ନାହିଁ ବୋଲି ସରପଞ୍ଚ କହିଛନ୍ତି ।


