କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଅଧ୍ୟକ୍ଷତା କରି ସମିତିର ପ୍ରତ୍ୟେକ କାର୍ଯ୍ୟକ୍ରମ ଗୁଡିକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମିଟୁ ପଲେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ସ୍ଵାସ୍ଥ୍ୟ କେନ୍ଦ୍ରର ଅନ୍ୟ ବାର ଜଣ ଡାକ୍ତର ସହ ଆୟୁଷ ଡାକ୍ତର ,ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ସହକାରୀ ଯନ୍ତ୍ରୀ ସିଦ୍ଧେଶ୍ୱର ପାଣିଗ୍ରାହୀ, ସିଡିପିଓ ଦ୍ରୌପଦୀ କହଁର,ଏମିନେଣ୍ଟ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଦାଶ, ସଦସ୍ୟା ପ୍ରଶାନ୍ତି ମଲ୍ଲିକ, ସରପଞ୍ଚ ଗୁନୁଲତା ମଲ୍ଲିକ, ଚମ୍ପିଲତା କହଁର ଓ ଭାଗ୍ୟବତୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ସୁଧାର ଆଣିବା ପାଇଁ ଆଲୋଚନା କରିଥିଲେ । ଏମ୍ ଏଚ୍ ୟୁ ଡାକ୍ତର ସତ୍ୟ ନାରାୟଣ ପଟ୍ଟନାୟକ ସଂଯୋଜନା କରିଥିଲେ । ଅଗ୍ରାଧିକାର ଭିତରେ ସ୍ବାସ୍ଥ୍ୟ ଉପ କେନ୍ଦ୍ର ଗୃହ ଗୁଡ଼ିକର ଆବଶ୍ୟକ ମରାମତି , ନୂତନ ଗୃହ ନିର୍ମାଣ , ଉତ୍ତମ ବିଜୁଳି ଆଲୋକ ବ୍ୟବସ୍ଥା, ବହିଃର୍ବିଭାଗ ଓ ଅନ୍ତଃବିଭାଗ ସେବାରେ ଉନ୍ନତି , ଅଧିକ ଶଯ୍ୟା ପାଇଁ ପଦକ୍ଷେପ, ରୋଗୀଙ୍କ ପାଇଁ ଗରମ ପାନୀୟ ଜଳ ବ୍ୟବସ୍ଥା ସହ ସର୍ବୋପରି ସ୍ଵଚ୍ଛତା ଆଦି ବିଷୟରେ ଗୁରୁତ୍ବ ଦେବାକୁ ସଦସ୍ୟ ମାନେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାୟକଳ୍ପ ଶ୍ରେଷ୍ଠ ଚୟନ ହୋଇଥିବାରୁ ଫାର୍ମାସିଷ୍ଟ ସନ୍ତୋଷ କୁମାର ପଟ୍ଟନାୟକ ,ଷ୍ଟାଫ୍ ନର୍ସ ରଞ୍ଜୁତା ସାହୁ , କୁମୁଦ ରଞ୍ଜନ ବେହେରା, ବିଜୟ ରଣାଙ୍କୁ ବିଧାୟକଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ