ଖଇରପୁଟି ପଂଚାୟତରେ ଜଳଘାଟ ନିଲାମ୍
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଂଚାୟତରେ ପାଞ୍ଚୋଟି ଜଳଘାଟ ନିଲାମ୍ ହୋଇଛି I ନିଲାମ୍ ସମୟରେ ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ଵାଇଁ, ସମିତିସଭ୍ୟା ପ୍ରତିନିଧି ବିନୋଦ ବେହେରା, ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ଦଳବେହେରା,ଜିପିଓ ଖଦାଳ ମଳିକଙ୍କ ସମେତ ଯୁବ ସମାଜସେବୀ ପୁର୍ଣ୍ଣ ଚନ୍ଦ୍ର ନାୟକ,ମାଧବ ସ୍ୱାଇଁ, ରବୀନ୍ଦ୍ର ଗୌଡ଼, ପ୍ରତାପ ଜେନା,ଦାମୋଦର ବେହେରା, ଟୁନା ନାଇକ,ସିମାଞ୍ଚଳ ସାହୁ,ସୁଶାନ୍ତ ଗୌଡ଼ଏବଂ ଅନ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ I ପଞ୍ଚାୟତର ଜଳଘାଟ ଗୁଡ଼ିକ ମୋଟ ୧୫୨୭୦୦ ଟଙ୍କାରେ ନିଲାମ୍ ହୋଇଥିବା ବେଳେ ଦୋଳବନ୍ଧ ସର୍ବାଧିକ ଏକ ଲକ୍ଷ ପନ୍ଦର ହଜାର ଟଙ୍କାରେ ନିଲାମ୍ ହୋଇଥିଲା I