ଖଇରପୁଟି ପଂଚାୟତରେ ବିଜେପିର ବୁଥ୍ ସ୍ତରୀୟ ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବିଜେପି ପକ୍ଷରୁ ଆରମ୍ଭ ହୋଇଛି ବୁଥ୍ ସଶକ୍ତିକରଣ ଅଭିଯାନ I ଏହି ଅବସରରେ ଆଜି ଖଇରପୁଟି ପଂଚାୟତରେ ବିଜେପିର ଏକ ବୁଥ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ସରପଞ୍ଚ ସତ୍ୟବାନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇଥିଲେ I ବୈଠକରେ ବିଜେପି ଦଳକୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ପାଇଁ ବୁଥ୍ ସ୍ତରରୁ କାର୍ଯ୍ୟ କରିବାପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଦିଆଯାଇଥିଲା I ବୁଥ୍ ସ୍ତରରେ ଥିବା ସମସ୍ୟାକୁ ଦୂର କରିବା ସହିତ ବୁଥ୍ ସ୍ତରରୁ ଲୋକଙ୍କୁ ବିଜେପି ଦଳ ସହ ଯୋଡିବା ପାଇଁ ଆଲୋଚନା ହୋଇଥିଲା I ଏଥିରେ ବହୁ କର୍ମୀ ଯୋଗଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ