ଖଇରପୁଟି ହାଇସ୍କୁଲରେ ବନମହୋତ୍ସବ କାର‌୍ୟ୍ୟକ୍ରମ

ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଖଇରପୁଟି ପଞ୍ଚାୟତ ହାଇସ୍କୁଲ ପରିସରରେ ବନମହୋତ୍ସବ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ଡି.ଏଫ୍.ଓ ଅଭୟ କୁମାର ଦଳେଇ,ମୁଖ୍ୟବକ୍ତା ଭାବେ ଗାଙ୍ଗପୁର ଥାନାଧିକାରୀ ସତ୍ୟରଞନ ପ୍ରଧାନ,ଏସ୍.ସି.ଏଫ୍. କେ.ମାଧବୀଲତା,ଫରେଷ୍ଟର ଜି.ଭେଙ୍କଟ୍ ରାଓ ଦୋରା, ସନ୍ତୋଷ ଡାକୁଆ, ପ୍ରଶାନ୍ତ ସାହୁ,ସରପଞ୍ଚ ପ୍ରତିନିଧି ଦିଲ୍ଲୀପ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ।ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ବୃକ୍ଷ ରୋପଣର ଆବଶ୍ୟକତା ଓ ଉପକାରୀତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଗଛ ଗୁଡିକ ଯତ୍ନ ନେବାପାଇଁ ପରାମର୍ଶ ଦେଇଥିଲେ ।ସ୍କୁଲ ପରିସରରେ ପ୍ରାୟ ୧୦୦ଟି ବୃକ୍ଷରୋପଣ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ,ସ୍କୁଲ ପରିଚାଳନା କମିଟି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ