ଖଇରି ମା’ଙ୍କର ଦେହାନ୍ତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥାର ପୂର୍ବତନ ତାଲିମ କମିଶନର (ଗାଇଡ୍) ତଥା ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟର ବିଶ୍ୱପ୍ରସିଦ୍ଧ ସେଇ “ଖଇରୀ ବାଘ”ର ମାଆ ନିହାର ନଳିନୀ ଦେବୀଙ୍କର କଟକରେ ଆଜି ସକାଳ ସମୟରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲା । ଏହି ଦୁଃଖଦ ଘଟଣାରେ ସ୍କାଉଟସ୍ ଏବଂ ଗାଇଡସ୍ ପରିବାରର ସମସ୍ତେ ମର୍ମାହତ ହୋଇଛନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ, କର୍ମଠ, ଛାତ୍ର ବତ୍ସଳ ଏବଂ ଜଣେ ଶିକ୍ଷୟିତ୍ରୀ ଭାବେ ସେ ଯେତିକି ପରିଚିତ ଥିଲେ ଖଇରୀର ମା’ ହିସାବରେ ତାଙ୍କର ଖ୍ୟାତି ଯଥେଷ୍ଠ ଅଧିକ ଥିଲା । ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସହିତ ଯୋଡି ହୋଇ ରହିଥିଲେ ମଧ୍ୟ ତା’ ଠାରୁ ଯଥେଷ୍ଠ ଅଧିକ ସମୟ ସ୍କାଉଟିଂ ଗାଇଡିଂ ସହିତ ତାଙ୍କର ପ୍ରତ୍ୟେକ୍ଷ ସମ୍ପର୍କ ରହିଥିଲା । ଜୀବନବ୍ୟାପୀ ଭଲ କାମ କରି ସ୍କାଉଟ ଗାଇଡ୍ରେ ଉନ୍ନତ ସେବା ପାଇଁ ମହାମହିମ ରାଷ୍ଟ୍ରପତି ତଥା ରାଜ୍ୟପାଳଙ୍କ ଠାରୁ “ଝରକ୍ସଙ୍ଖସମର ଝଗ୍ଧବକ୍ସ” ଗ୍ରହଣ କରିଥିଲେ । ମରଶରୀରକୁ ଭାରତ ସ୍କାଉଟ ଗାଇଡ୍ର ପତାକା ଅର୍ପଣ କରିବା ସହିତ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଶେଷଥର ଦର୍ଶନ କରିବାପାଇଁ ମରଶରୀର ନିକଟରେ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ର ଉପସ୍ଥିତ ରହିଥିଲେ ଏବଂ ବହୁ ସ୍କାଉଟ ପ୍ରେମୀମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ରାଜ୍ୟ ସଂସ୍ଥାର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟ କାର୍ଯ୍ୟାଳୟର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଭବାନୀ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ମିହିର ରଞ୍ଜନ ପଟ୍ଟନାୟକ, ଗାଇଡ୍ ବିଭାଗର ସାଂଗଠନିକ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ ଅଫିସର ଶ୍ରୀମତୀ ଅନାମିକା ଦାସ ଏବଂ ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ଦୁଖଃଦ ଘଟଣାରେ ମର୍ମାହତ ହୋଇଛନ୍ତି ।


