ଖଗେଶ୍ୱର ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା
ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଖଗେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଉତ୍ସବରେ ଖଗେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ ସଭାପତିତ୍ୱ କରିଥିଲେ । କ୍ରୀଡା ଶିକ୍ଷକ ସହଦେବ ବେହେରା କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଖଗେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦୁଇ ଦିନ ଧରି ଅନୁଷ୍ଠିତ ଉତ୍ସବରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ୮ ଦଳରେ ବିଭକ୍ତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୨୦୦ ଓ ୧୦୦ ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଦୌଡ ଡିଆଁ, ପୁଟିଙ୍ଗ୍ ସର୍ଟ, ଡିସ୍କସ୍ ଥ୍ରୋ, ଜମ୍ପିଙ୍ଗ୍, ପୁଚି, ଗଣିତ ଦୌଡ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଖଗେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟର ଭାଗିରଥି ଦାସ, ପୂଜାରାଣୀ ପଣ୍ଡା ଏବଂ ଖଗେଶ୍ୱର ଉଚ୍ଚ ବିଦ୍ୟାଳୟର ଲକ୍ଷ୍ମୀଧର ମଣ୍ଡଳ, ମନୋରମା ବେହେରା, ରଞ୍ଜିତ ଜେନା, ପ୍ରଭାତୀ ବେହେରା ଚମ୍ପିୟନ ହୋଇଥିଲେ । କ୍ରୀଡା ଉତ୍ସବରେ ସୁବଳ କୁମାର ନାୟକ, ମାର୍କଣ୍ଡ ଚରଣ ନାୟକ, କିଶୋର ଚନ୍ଦ୍ର ନାୟକ, ସୁବାଷ ଚନ୍ଦ୍ର ପଣ୍ଡା, ବିଜୟ କୁମାର ପାକଳ, ପଦ୍ମନାଭ ସାହୁ, ଅନିମା ଦାସ, ଅନସୂୟା ବାରିକ, ଚିତ୍ର ମୋହନ ବେହେରା, ଅନିରୁଦ୍ଧ ଜେନା, ଶ୍ରୀରାମ ରଘୁ, ସିଆରସିସି ଭରତ ଚନ୍ଦ୍ର ଓଝା ପ୍ରମୁଖ ସହଯୋଗ କରିଥିଲେ ।


