ଖଗେଶ୍ୱର ମହାଦେବଙ୍କ ପୀଠରେ ମହାଯଜ୍ଞ ଉଦ୍‌ଯାପିତ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍‌) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ପଳସା ବଜାରସ୍ଥିତ ଖଗେଶ୍ୱର ମହାଦେବଙ୍କ ପୀଠରେ ୩ ଦିନ ଧରି ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞ ରବିବାର ଉଦ୍‌ଯାପିତ ହୋଇଯାଇଛି । ପ୍ରାରମ୍ଭରେ ମହାଦେବଙ୍କ ପୁଷ୍କରିଣୀରୁ ୯ଟି କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ସୂର୍ଯ୍ୟପୂଜା, ଗୋପୂଜା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ପୁରୋଧା ଫକୀର ଚରଣ ତ୍ରିପାଠୀ, ସୁବାଷ ତ୍ରିପାଠୀ, ରମେଶ ତ୍ରିପାଠୀ, ସୁରେନ୍ଦ୍ରନାଥ କର ସମେତ ୯ ଜଣ ପୂଜକ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ପୀଠରେ ପ୍ରାୟ ୭୦ ବର୍ଷ ଧରି ଯଜ୍ଞ ହୋଇଆସୁଛି । ପୂଜା ଉତ୍ସବରେ ଛୟାଳସିଂ ପଞ୍ଚାୟତ ସମେତ ଆଖପାଖ ଗ୍ରାମରୁ ଶତାଧିକ ଭକ୍ତ ପୂଜା ଉତ୍ସବରେ ଯୋଗ ଦେଇଥିଲେ । ପଳସା ବଜାର କମିଟିର ସମସ୍ତ ସଭ୍ୟ ପୂଜା କାର୍ଯ୍ୟରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ