ଖଜୁରିପଡ଼ାରେ ପାଳନ ହେବ ବଡ଼ଦିନ, ଶାନ୍ତି କମିଟି ବୈଠକରେ ନିଆଗଲା ନିଷ୍ପତ୍ତି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ଆଗାମୀ ବଡ଼ଦିନକୁ ଶାନ୍ତି ଶୃଙ୍ଖଳାର ସହିତ ମିଳିମିଶି ପାଳନ କରିବା ପାଇଁ ଖଜୁରୀପଡ଼ା ପଞ୍ଚାୟତ ସଭାଗୃହରେ ଆୟୋଜିତ ଏକ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ତହସିଲଦାର ସ୍ୱପ୍ନିତା ନାୟକ, ଥାନା ଅଧିକାରୀ ରମାକାନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସମଗ୍ର ଖଜୁରିପଡ଼ା ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ବଡଦିନ ପାଳନ କରିବା ନେଇ ସେମାନେ ପରାମର୍ଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଅତିରିକ୍ତ ବିଡିଓ ଦିବ୍ୟ ସିଂ କହଁର, ସମିତିମୁଖ୍ୟ ଲଚ୍ଛମନ କହଁର, ଲ୍ୟାମ୍ପ୍ସ ନିର୍ଦ୍ଦେଶକ କୃପାସିନ୍ଧୁ ସାହୁ, କୁଇସମାଜ ସଭାପତି ଲକ୍ଷଣ ଝାଙ୍କର, ଅନୁସୂଚିତ ଜାତି ସଭାପତି ଉଦ୍ଧବ ଦିଗାଲ, ସମ୍ପାଦକ ବିଚିତ୍ରାନନ୍ଦ ବେହେରା, ସାଂସଦ ବ୍ଲକ ପ୍ରତିନିଧି ପଙ୍କଜ ମଲ୍ଲିକ, ଆରଏସ୍ଏସ୍ ତରଫରୁ ସଇନା ଦଳବେହେରା ପ୍ରମୁଖ ଶାନ୍ତି କମିଟି ବୈଠକରେ ଯୋଗଦେଇଥିଲେ। ଶାନ୍ତିଶୃଙ୍ଖଳାର ସହିତ ସରକାରଙ୍କ ନିୟମ ପ୍ରକାରେ କିଭଳି ଭାବେ ବଡଦିନ ପାଳନ ହେବ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ସରକାରଙ୍କ କୋଭିଡ ନିୟମ ଅନୁସାରେ ମାତ୍ର ୨ଶହ ଲୋକଙ୍କ ସମାଗମ ରହିଥିବା ବେଳେ ମାସ୍କ ପିନ୍ଧିବା,ସାନିଟାଇଜର ଓ ସାମାଜିକଦୂରତା ବଜାୟ ରଖିବା, ୧୦ବର୍ଷରୁ କମ୍ ଦିନର ଶିଶୁ ଓ ବ୍ୟକ୍ତି ବିଶେଷଙ୍କୁ ଜନଗହଳି ଠାରୁ ଦୂରରେ ରହିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବଡଦିନ ପାଳନ ସମୟରେ ଯେଭଳି ଭାବରେ  ପରସ୍ପର ମଧ୍ୟରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କୌଣସି ପର୍ଯ୍ୟାଲୋଚନା କିମ୍ବା ସମାଲୋଚନା ନକରି ସମସ୍ତଙ୍କ ମଧ୍ୟରେ ବଡ଼ଦିନ ପାଳନ କରାଯିବ ସେଥିନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ