ଖଜୁରିପଡା ବ୍ଳକରେ ୧୪ ପଂଚାୟତକୁ ୪ ଯନ୍ତ୍ରୀ ଉନ୍ନୟ କାର୍ଯ୍ୟରେ ବାଧା

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଳକରେ ଦୀର୍ଘଦିନ ହେବ ଆବଶ୍ୟକରୁ କମ କନିଷ୍ଠ ଯନ୍ତ୍ରୀ ଥିବାରୁ ଏଠାରେ ଥିବା ପଂଚାୟତ ଗୁଡିକରେ କାର୍ଯ୍ୟ ଧିମେଇଥିବା ଯୋଗୁଁ ମନ୍ଥର ଗତି ଦେଖାଦେଇଛି । ସରକାରୀ କାର୍ଯ୍ୟରେ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ଉପୁଯୁଥିବା ଦେଖାଦେଇଛି । ୧୪ଟି ପଂଚାୟତକୁ ନେଇ ଖଜୁରୀପଡ଼ା ବ୍ଳକ ଗଠିତ । ଅଧାରୁ ଅଧିକ ପଂଚାୟତ ଦୁର୍ଗମ ଇଲାକାରେ ଅବସ୍ଥିତ । ୯ ଜଣ କନିଷ୍ଠ ଯନ୍ତ୍ରୀ ରହିବା ବଦଳରେ ମାତ୍ର ୪ଜଣ କନିଷ୍ଠ ଯନ୍ତ୍ରୀ ନେଇ କାର୍ଯ୍ୟ ଚାଲିଛି । ସେମାନଙ୍କ ମଧ୍ୟରୁ ଜଣେ ଜିପିଟିଏ ଅଛନ୍ତି । ଜଣେ କନିଷ୍ଠ ଯନ୍ତ୍ରୀ ଶରୀର ଅସୁସ୍ଥ ଥିବା ଦର୍ଶାଇ ଛୁଟିରେ ଅଛନ୍ତି ।ଏଭଳି ପେରୀପ୍ରେକ୍ଷୀରେ ସରକାରୀ ଉନ୍ନୟନ ମୁଳକ କାର୍ଯ୍ୟ ବହୁ ଶୀଥିଳ ହେଉଥିବା ଦେଖା ଦେଇଛି । ତହେଲେ ଦୁର୍ଗମ ଅଂଚଳରେ ବିକାଶ ମୁଳକ କାର୍ଯ୍ୟ କିପରି ହୋଇପାରିବ ଏଥରୁ ବେଶ ଅନୁମାନ ହେଉଛି । ଖାଲି ସେତିକି ନୁହେଁ ଏହି ସମସ୍ୟାକୁ ନେଇ ଯେଉଁମାନେ ଠିକାଦାର ଭାବେ କାମ କରୁଛନ୍ତି ସେମାନେ ପ୍ରାୟତଃ ଅସନ୍ତୁଷ୍ଟ ହେଉଛନ୍ତି । ଅନେକ କାମ ଉପରେ ଯନ୍ତ୍ରୀଙ୍କ ଉପସ୍ଥିତିରେ ଯେଉଁ କାମ ହେବା କଥା ତାହା ହୋଇପାରୁନାହିଁ । ଠିକାଦାର ଶିଘ୍ର କାମ ସାରିଲେ ବିଲ ପାଇବି ବୋଲି ଯେଉଁ ଆଶା ରଖିଥାନ୍ତି ତାହା ବିଳମ୍ବ ଘଟୁଛି । ବେଳେ ବେଳେ ଜେଇଙ୍କ କାମ ସରକାରୀ ଯନ୍ତ୍ରୀଙ୍କୁ କରିବାକୁ ପଡୁଛି । ଏମିତି ହେବାଦ୍ୱାରା ବିଡିଓଙ୍କ ଟାର୍ଗେଟ ଫେଲ ମାରୁଥିବା ଜଣାପଡୁଛି । ବର୍ଷ ପାଇଯାଇଥିଲେ ସୁଦ୍ଧା ଉନ୍ନୟନ କାର୍ଯ୍ୟ ଆଗକୁ ବଢ଼ି ପାରୁନଥିବା ଅନୁମାନରୁ ଜଣାପଡୁଛି । ଏ ବାବଦରେ ବିଡିଓ ରବିନ୍ଦ୍ର ନାଥ କହଁରଙ୍କ ପ୍ରତିକ୍ରିୟା ନେବାରୁ ସେ କହଛନ୍ତିଯେ ଆମ ଦାୟିତ୍ୱ ଆମେ ସୁଚାରୁ ରୁପେ ତୁଲାଇବାରେ ଉଦ୍ୟମ ଯାରି ରଖିଛୁ । ଯେତେବେଳେ ସରକାରଙ୍କ ନିର୍ଦ୍ଦେଶ ହେବ ନିଶ୍ଚିତଭାବେ ଖାଲିଥିବା କନିଷ୍ଠ ଯନ୍ତ୍ରୀ ପଦବୀ ପୁରଣ କରିବେ ତାହା ସରକାରଙ୍କ ଉପରେ ନିର୍ଭର କରୁଛି । ବର୍ତମାନ ଅମେ ସମ୍ଭବ ଅନୁସାରେ କାର୍ଯ୍ୟ ତୁଲାଇବାରେ ପ୍ରସ୍ତୁତ ରହିବୁ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଖଜୁରିପଡ଼ା ବ୍ଳକ ସହକାରୀ ଯନ୍ତ୍ରୀ ରମେଶ ସାହୁଙ୍କୁ ଖଜୁରୀପଡ଼ା ଓ ଫୁଲବାଣୀ ଦୁଇଟି ବ୍ଳକକୁ ସମ୍ଭାଳିବାକୁ ପଡୁଛି । ଫୁଲବାଣୀ ଭଳି ଏକ ବ୍ଳକରେ ୧୧ଟି ପଂଚାୟତରେ ଯଦି ୯ଜଣ କନିଷ୍ଟ ଯନ୍ତ୍ରୀ କାର୍ଯ୍ୟରତ ଅଛନ୍ତି ତାହେଲେ ଖଜୁରୀପଡ଼ା ବ୍ଳକରେ ଜେଈ ପୋଷ୍ଟିଂ କରାଯିବାରେ ଅଣଦେଖା କରାଯାଇଛି ବୋଲି ଠିକାଦାର ମାନେ ଅଭିଯୋଗ ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ