ଖଜୁରୀଡିହରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ବନବିହାର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ତବାରସିଂ ପଞ୍ଚାୟତ ସ୍ଥିତ ଖଜୁରୀଡିହ ଗ୍ରାମର ମାଁ କୁରେଇଶୁଣୀ ମନ୍ଦିର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ତରଫରୁ ବ୍ଲକ ସ୍ତରୀୟ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର୍ଏସ୍ଏସ୍ର ପ୍ରାନ୍ତ ସହପ୍ରାନ୍ତ ପ୍ରଚାରକ ଅଶୋକ କୁମାର ରଣଜିତ, ବିଶ୍ୱହିନ୍ଦୁ ପରିଷଦର ଧର୍ମ ପ୍ରଚାରକ ତରଣୀସେନ ଦାସ, ଜିଲ୍ଲା କାର୍ଯ୍ୟବାହ ଅମୁଲ୍ୟ କୁମାର ପାତ୍ର, ବିଭାଗ ସହ ପ୍ରଚାରକ ମୁନିନ୍ଦ୍ର କୁମାର ଶବର, ବିଭାଗ ଶାରିରୀକ ପ୍ରମୁଖ ଜୁରିଆ ଜାନୀ, ଜିଲ୍ଲା ଗ୍ରାମ ବିକାଶ ପ୍ରମୁଖ ସମ୍ପଦ କୁମାର ନାୟକ, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ନରେନ୍ଦ୍ର କୁମାର ଜାନୀ, ଶବର ସମାଜ ଜିଲ୍ଲା ସଭାପତି ଦଣ୍ଡପାଣୀ ବଡମୁଣ୍ଡି ପ୍ରମୁଖଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ । ଉପସ୍ଥିତ ଥିବା ଖଜୁରୀଡିହ ଗ୍ରାମର ଏବଂ ଆର୍.ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନରୁ ଆସିଥିବା ବିଶ୍ୱହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବାକ ସଂଘର କର୍ମକର୍ତ୍ତା ମାନଙ୍କୁ ବନ ବିହାର କାର୍ଯ୍ୟକ୍ରମ ବିଷୟରେ ନିଜ ନିଜର ମତ ଏବଂ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଆର୍.ଉଦୟଗିରି ଖଣ୍ଡ କାର୍ଯ୍ୟାବାହ ଗୋପାଳ ପାଇକ, ବିଶ୍ୱନାଥ ନାୟକ, ବୃନ୍ଦାବନ ପ୍ରଧାନ, ରମେଶ ଚନ୍ଦ୍ର ରଇତ, ଅର୍ଜୁନ ବଡରଇତ, ଦେବରାଜ ଦଳେଇ ପ୍ରମୁଖ ଏବଂ ଖଜୁରୀଡିହ ଗ୍ରାମବାସୀ ପରିଚାଳନା କରିଥିଲେ ।


