ଖଜୁର ତାଡ଼ି ଭାଟି ଉପରେ କୁଚିଣ୍ଡା ପୋଲିସ ର ଚଢ଼ାଉ

କୁଚିଣ୍ଡା:ମହାମାରୀ କରୋନା ପାଇଁ କେନ୍ଦ୍ରସରକାର ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ ଘେଷଣା କରିଥିବା ସହ କୌଣସି ଜରୁରୀ କାମ ଥିଲେ ମଧ୍ୟ ଭିଡ ନ ହେବା ପାଇଁ କଡାକଡି ନିର୍ଦ୍ଧେଶ ଦେଇଛନ୍ତି l ହେଲେ ଗ୍ରାମ ମାନଙ୍କ ରେ କେତେକ ବ୍ୟକ୍ତି ବେଆଇନ ଭାବେ କୁସୁନା ବିକ୍ରି କରୁଛନ୍ତି l ଯାହାଫଳରେ ଗ୍ରାମର କେତେକ ଲୋକେ କୁସୁନା ଏବଂ ଖଜୁରୀ ତାଡ଼ି ପିଇ ଭିଡ ଜମାଛନ୍ତି lଖବର ପାଇ ଆଜି କୁଚିଣ୍ଡା ପୋଲିସ ଅଞ୍ଚଳ ର ସାତକମା , କୁଟୁରାଚୁଆଂ, କିରାଶାସନ, କୁଣ୍ଡlପୋଷୀ, ରେଙ୍ଗାଳ ବେଡା ଆଦି ଗ୍ରାମ ମାନଙ୍କ ରେ ଥିବା କୁସୁନା ବିକାଳୀ ଙ୍କ ଘରେ ଏବଂ ଖଜୁରୀ ତାଡ଼ି ଭାଟି ଉପରେ ଚଢ଼ାଉ କରି କୁସୁନା କୁ ଓ କୁସୁନା ପାଇଁ ବ୍ୟବହାର ହେଉଥିବା ହାଣ୍ଡି କୁ ନଷ୍ଟ କରିଥିଲେ l ସେହିଭଳି ଖଜୁରୀ ତାଡ଼ି ଭାଟି ରେ କେହି ନ ଥିବାରୁ ଗଛରେ ଝୁଲାଯାଇଥିବା ମାଠିଆ କୁ ମଧ୍ୟ ପଥର ମାରି ଭାଙ୍ଗି ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ