ଖଟିଆ ରେ ବୁହା ହେଲେ ଗର୍ଭବତୀ
(ଯୁଗାବ୍ଦ ନ୍ୟୁଜ) ରାଜ୍ୟ ସରକାର ଅନେକ ଉନ୍ନତି ମୂଳକ ଯୋଜନା ଘୋଷଣା କରିଛନ୍ତି ,କିନ୍ତୁ ବାସ୍ତବରେ ସେହି ଯୋଜନା ଗୁଡିକ ତୃଣମୂଳ ସ୍ତରରେ ପହଁଛି ପାରୁ ନାହିଁ । ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଜୟପାଟନା ବ୍ଲକ ଅର୍ନ୍ତଗତ ନାଗୁପଡା ଗାଁ ର । ଏହି ଗ୍ରାମ ର ଗର୍ଭବତୀ ମହିଳା କୁ ଖଟିଆ ରେ ୩ କିମି ବୋହି ନେବା ପରେ ଜୟପାଟନା ହସ୍ପିଟଲରେ ଭର୍ତ୍ତି କରିଛନ୍ତି ଗ୍ରାମବାସୀ । ସ୍ଥାନୀୟ ଲୋକଙ୍କ ର ଅଭିଯୋଗ ଛଚାନ ନଦୀ ରେ ପୋଲ ନିର୍ମାଣ କରିବା ପାଇଁ ଦାବି କରିଆସୁଥିଲେ ସୁଧା ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କ କଥା ରୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରି ଗ୍ରାମବାସୀ ମାନେ ଚଳିତ ଥର ଭୋଟ ବର୍ଜନ କରିଥିଲେ ।