ଖଡଖାଈ ନଦୀରେ ଯୁବକର ସଲିଳ ସମାଧି

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଗଢ ଗାଁ ପାଖ ଦେଇ ବହି ଯାଇଥିବା ରାଇରଙ୍ଗପୁର ବାସୀଙ୍କ ଜୀବନରେଖା ଖଡଖାଈ ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ।ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ପୌରାଞ୍ଚଳର କୁଚେଇବୁଢି ଗ୍ରାମର ଆୟୁଷ ରାମ(୨୧), ଠାକୁରାଣୀ ବେଡାର ଫାରାନ ରାଜା ଏବଂ ମିସିଲେସ ରବିବାର ଦିନ ଖରାବେଳେ ବାଇକରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ହଠାତ୍ ନଦୀର ଖଣିର ଜଳରେ ଥିବା ଭଉଁରି ମଝିରେ ଆୟୁଷ ପଡ଼ି ଯାଇଥିଲା । ସାଙ୍ଗ ଦୁଇଜଣ ତାକୁ ଉଦ୍ଧାର କରି ନପାରି ସାଙ୍ଗ ବୁଡିଗଲା ବୁଡିଗଲା ବୋଲି ଚିତ୍କାର କରିବା ଫଳରେ ଜଣେ ଆସି ନଦୀ ଭିତରୁ ଆୟୂଷକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ପରିବାର ଲୋକ ଓ ଆତ୍ମୀୟ ସ୍ୱଜନଙ୍କ କାନ୍ଦ ବୋବାଳିରେ ରାଇରଙ୍ଗପୁର ହସ୍ପିଟାଲରେ ଏକ ଭାବାକୂଳ ପରିବେଶ ହୋଇଥିଲା । କିଛି ବର୍ଷ ପୂର୍ବେ ଆୟୂଷର ବାପା କୁଲଦୀପ ରାମ ବିଦ୍ୟୁତ୍ ସ୍ପର୍ଶରେ ମୃତ୍ୟୁ ବରଣ କରିଥିଲେ । ପରିବାରକୁ ଏକ ଭୁଷା ଦୋକାନ କରି ଚଳାଉଥିଲେ । ଏକମାତ୍ର ପୁଅକୁ ହରାଇ ମା ଦୁଃଖରେ ମ୍ରିୟମାଣ ହୋଇପଡିଛି । ପୋଲିସ ଘଟଣାର ତଦନ୍ତ କରୁଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ