ଖଡଖାଈ ନଦୀରେ ଯୁବକର ସଲିଳ ସମାଧି
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମ ନିକଟସ୍ଥ ଖଡଖାଈ ନଦୀରେ ମଙ୍ଗଳବାର ଅପରାହ୍ନ୨ ଟା ପାଖାପାଖି ସମୟରେ ବାସିଙ୍ଗି ଗ୍ରାମର ମିର୍ଜା ମାଝୀ(୩୮) ଗାଧୋଉଥିବାବେଳେ ଗୋଡ ଖସି ପାଣିର ସ୍ରୋତରେ ଭାଷି ଯାଇ ମୁର୍ତ୍ୟୁ ବରଣ କରିଥିଲା । ପରେ ଗାଁ ଲୋକେ ଶାଙ୍ଖକୁ ଉଦ୍ଧାର କରି ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ । ବହଳଦା ପୋଲିସ ୧୩/୨୧ ମାମଲା ରୁଜୁ କରି ଅପମୁର୍ତ୍ୟୁ ମାମଲା ରୁଜୁ କରି ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ଯବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । । ପିଲାଟି ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲା ।ତା’ର ମୁର୍ତ୍ୟୁରେ ପରିବାର ବର୍ଗ ଦୁଖରେ ଭାଙ୍ଗି ପଡିଛନ୍ତି ।