ଖଡଗ ପୁର ଠାରେ କୋଲକତା – ପାରାଦୀପ ବସ ଦୁର୍ଘଟଣାର ୨୫ ଜଣ ଯାତ୍ରୀ ସ୍ଵତନ୍ତ୍ର ବସ ଯୋଗେ ବାଲେଶ୍ଵର ପହଞ୍ଚିଲେ
ବାଲେଶ୍ଵର, (ସରୋଜ ପଣ୍ଡା):ଗତ କାଲି ରାତିରେ ଖଡଗପୁର ଠାରେ କୋଲକତା – ପାରାଦୀପ ବସ ଦୁର୍ଘଟଣାର ୨୫ ଜଣ ଓଡ଼ିଶା ଯାତ୍ରୀଙ୍କୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ଵତନ୍ତ୍ର ବସ ରେ ଆଣି ଶନିବାର ସକାଳ ଆଠଟା ବେଳେ ସହରର ଷ୍ଟେସନ ଛକ ଠାରେ ପହଞ୍ଚିଥିଲା।ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଜଳଖିଆ କରାଇବା ପରେ ଘରକୁ ପଠାଇ ଦିଆଯାଇଛି।ସୂଚନା ଥାଉ କି,ଶୁକ୍ରବାର ଅପରାହ୍ନ ପାଞ୍ଚଟା ବେଳେ କୋଲକତା ବାବୁଘାଟ ଠାରୁ ଶିବମ ଟ୍ରାଭେଲ୍ସ ର ସଦାନନ୍ଦ ନାମକ ବସ ୩୯ ଜଣ ଯାତ୍ରୀଙ୍କୁ ନେଇ ପାରାଦୀପ ଅଭିମୁଖେ ଯାତ୍ରା କରିଥିଲା।ରାତି ପ୍ରାୟ ୯ ଟା ସମୟରେ କୋଲକତା ରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥ ଖଡଗପୁର ଡେବ୍ରା ନିକଟରେ ବସ ଟି ଜଳି ଯାଇଥିଲା।ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ବାହାରକୁ ପଳାଇ ଆସିଥିଲେ ମଧ୍ୟ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିଲା।ମୃତ ମହିଳା ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପୁଷ୍ପାଞ୍ଜଳି ଦାସ।ଆହତ ମାନଙ୍କୁ ସ୍ଥାନୀୟ ମେଦିନୀପୁର ସରକାରୀ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଏ ଚିକିତ୍ସା କରାଯାଇଥିଲା।ତେବେ ୩୬ ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣ ଯାତ୍ରୀ ଓଡ଼ିଶାର।କେନ୍ଦ୍ରାପଡା ଜିଲ୍ଲାର ୧୬ ଜଣ, ଯାଜପୁର ଜିଲ୍ଲାର ୭ ଜଣ ଓ ପାରାଦୀପ ର ୨ ଜଣ ବୋଲି ଜଣାପଡିଛି। ଦୁର୍ଘଟଣା ଖବର ମିଳିବା ପରେ ରାଜ୍ୟ ସରକାର ବାଲେଶ୍ଵର ଜିଲ୍ଲାପାଳଙ୍କୁ ବସ ଯାତ୍ରୀଙ୍କୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ରାତାରାତି ଏକ ସ୍ଵତନ୍ତ୍ର ବସ ଓ ମେଡିକାଲ ଟିମ୍ ଘଟଣା ସ୍ଥଳକୁ ପଠାଇଥିଲେ।ଏହି ସ୍ଵତନ୍ତ୍ର ବସ ୨୫ ଜଣ ବସ ଯାତ୍ରୀଙ୍କୁ ନେଇ ଆଜି ସକାଳ ଆଠଟା ରେ ବାଲେଶ୍ଵର ସହରର ଷ୍ଟେସନ ଛକ ଠାରେ ପହଞ୍ଚିଥିଲା।