ଖଡିଆଳ ଉପଖଣ୍ଡ ବିଶ୍ଵାବସୁ ଶବର ସମାଜର ନୂଆଖାଇ ଭେଟଘାଟ ଓ ମହା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ

ନୂଆପଡା, (ଡୋଲେଶ୍ବର ବାଗ):ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ରୋକାକ ଖେଳ ପଡିଆ ଠାରେ ଖଡିଆଳ ଉପଖଣ୍ଡ ବିଶ୍ଵାବସୁ ଶବର ସମାଜର ନୂଆଖାଇ ଭେଟଘାଟ ପର୍ବ ବହୁ ଧୁମ୍ ଧାମରେ ପାଳିତ ହୋଇଯାଇଛି । ବିଶ୍ଵାବସୁ ଶବର ସମାଜର ଐତିହ୍ୟ ,ସଂସ୍କୃତି ତଥା ପରମ୍ପରାକୁ ଜୀବିତ ରଖିବାର ଏକ ଅଭିନବ ପ୍ରୟାସ ହେଉଛି ଏହି ନୂଆଖାଇ ଭେଟ ଘାଟ ଓ ମହାବନ୍ଧୁ ମିଳନ ପର୍ବର ମୁଖ୍ୟ ଉଦ୍ଦେଶ୍ୟ । ଅନୁଷ୍ଟିତ ପର୍ବରେ ଖଡିଆଳ ଉପଖଣ୍ଡ ବିଶ୍ଵାବସୁ ଶବର ସମାଜର ସଭାପତି ବାଳକୃଷ୍ଣ ଶବର ଙ୍କ ସଭାପତିତ୍ବରେ ଆଜିର ମହା ବନ୍ଧୁ ମିଳନର ମୁଖ୍ୟ ପୁରୋଧା ଶବର କୁଲ ଶିରୋମଣି ଶବର ରାଜା ଟିକି ବାବା ଉପସ୍ଥିତ ରହି ଶବର ସମାଜକୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି , ସ୍ଵତନ୍ତ୍ର ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଶ୍ଵାବସୁ ଶବର ସମାଜର ଜିଲ୍ଲା ସଭାପତି ସୋମନାଥ ଶବର ,ସନ୍ଥ ଶିରୋମଣି ବନମାଳୀ ଦାସ ,ସତ୍ୟବାନ ଶବର ,ଏକ୍ଜିକ୍ୟୁଟି ଇଂଜିନିୟର ପି ଦବ୍ଲୁ ଡି ଭୁବନେଶ୍ଵର ଶବର ,ସାଧାରଣ ସମ୍ପାଦକ କଳାହାଣ୍ଡି ଗୋବର୍ଦ୍ଧନ ଶବର , ସଭାପତି ନୂଆପଡ଼ା ବ୍ଲକ ଦେବ ସିଂ ବିଶ୍ଵାଳ , ଜିଲ୍ଲା ସଭାପତି ବଞ୍ଜାରା ସମାଜ ଈଶ୍ୱର ଚନ୍ଦ୍ର ନାୟକ , ଜିଲ୍ଲାପରିଷଦ ସଦସ୍ୟା ତନୟା ଶବର ,ସିକ୍ଷାବିତ୍ ସରସ୍ଵତୀ ଶବର ,ନୂଆପଡ଼ା ଜିଲ୍ଲା ସଂଯୋଜକ ବିଦୁର ଶବର , ସଭାପତି ଗଣ୍ଡ ସମାଜ ଭୁବନେଶ୍ୱର ମାଝୀ ,ଉପଦେଷ୍ଟା ଜଗତ ରାମ ଶବର , ଆଇନଜୀବୀ ଅଖିଳ ଶବର , ସଭାପତି ରୋକଲ ଜିପି ପ୍ରେମ ଶବର , ପୂର୍ବତନ ସରପଂଚ ରୋକାଲ୍ ବିଶିକେଶନ ବିଶ୍ଵାଳ , ଅବସର ପ୍ରାପ୍ତ ପଞ୍ଚାୟତ କାର୍ଯ ନିର୍ବାହୀ ଅଧିକାରୀ ବଳମତ ଶବର , ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ବରଗଡ଼ ର କଂସ ମହାରାଜ ହୃଷୀକେଶ ଭୋଇ ତଥା ଜିଲ୍ଲାର ୧୩ ଗୋଟି ଉପକେନ୍ଦ୍ରର ସମସ୍ତ ସଭାପତି ମଞ୍ଚାସିନା ଥିଲେ । ପ୍ରଥମେ ମଞ୍ଚାଶିନ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଔପଢ଼ଜନ ଦେଇ ସମ୍ମାନିତ କରାଯାଇଥିଲା । କର୍ତ୍ତା ଭାବରେ ହେରମ୍ୱ ବିଶ୍ଵାଳ ଓ ତାଙ୍କ ଧର୍ମ ପତ୍ନୀ କାର୍ଯ ତୁଲାଇଥିଲେ ଓ ଶବର କୂଳ ଶିରୋମଣି ଶବର ରାଜା ଟିକି ବାବା ଙ୍କ ପଦ ବନ୍ଦନା କରିଥିଲେ । ଆଦିବାସୀ ମାନଙ୍କ ବିକାଶ ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରତ୍ୟେକ ଯୋଜନାରେ ଯେମିତି ଶବର ସଂପ୍ରଦାୟର ଲୋକ ଲାଭ ପାଇ ଉନ୍ନତି କରିପାରିବେ ସେଥିପାଇଁ ମାଞ୍ଚାସିନା ଅତିଥି ଗଣ ସଚେତନତାର ବାର୍ତ୍ତା ପ୍ରଦାନ ତଥା ପ୍ରଚାର କରିଥିଲେ । ବାବା ସାହେବ ଆମ୍ବେଦକର ଙ୍କର ମୁଖ୍ୟ ବାର୍ତ୍ତା ଶିକ୍ଷିତ ହେବା ,ସଂଗଠିତ ହେବା ଓ ସଂଘର୍ଷ କରି ନିଜର ଜୀବନ ଜୀବିକା ବହନ କରିବା ସକାଶେ ବକ୍ତା ମାନେ କାର୍ଯକ୍ରମ ରେ ଉପସ୍ଥିତ ସମସ୍ତଙ୍କୁ ଅବଗତ ଓ ଉତ୍ସାହିତ କରିଥିଲେ । ପୁଣି ନିଜର ପବିତ୍ର ଧର୍ମକୁ ପାଥେୟ କରି ଶବର ସଂସ୍କୃତିର ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥଙ୍କୁ ସମସ୍ତେ ପୂଜନ କରିବା ପାଇଁ ଶପଥ ନେଇଥିଲେ । ପରେ ସ୍ଵତନ୍ତ୍ର ଅତିଥି ଅତିରିକ୍ତ ଜିଲ୍ଲାପାଳ ନୂଆପଡ଼ା ଭୀମସେନ ଶବର ସମ୍ବିଧାନର ମୂଳ ମନ୍ତ୍ରକୁ ମହା ବନ୍ଧୁ ମିଳନ କାର୍ଯକ୍ରମ ରେ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ନୂଆପଡ଼ା ଜିଲ୍ଲା ସଂଯୋଜକ ବିଦୁର ଶବର କରିଥିବାବେଳେ ଧନ୍ୟବାଦ ଅର୍ପଣ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ବଲମତ ଶବର କରିଥିଲେ । ସଭାକାର୍ଯ୍ୟ ଶେଷରେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମସୋତ୍ସବ ର କଂସ ମହାରାଜ ହୃଷୀକେଶ ଭୋଇ କଳା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ବିଶ୍ଵାବସୁ ଶବର ସମାଜ ତରଫରୁ ବୋଡ଼େନ ବ୍ଲକର ସାମ୍ବାଦିକ ବିଶିକେଶନ ପଣ୍ଡା , ରାମନାଥ ପଣ୍ଡା, ଭାଗ୍ୟବାନ ମାଝୀ, ଗଣେଶ ବାଗ , ନିନିକେତନ୍ ନାଏକ ଓ ପ୍ରକାଶ ଶଗରିଆ ଙ୍କୁ ପ୍ରଶଂସା ପତ୍ର ଓ ଔପଢ଼ୌକନ ଦେଇ ମୁଖ୍ୟ ଅତିଥି ନିରଞ୍ଜନ ବିଶି ରାଜ୍ୟ ସଭା ସାଂସଦ ଓ ଶବର କୁଳ ଶିରୋମଣି ଶବର ରାଜା ଟିକି ବାବାଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ