ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଦିନକୁ ଦିନ ତାତି ବଢିଲାଣି ।ତାତି ବଢିଆ ସହ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସଂକଟ ଦେଖାଦେଇଛି । ସରକାର ହର ଘର ପିଇବା ପାଣି ବ୍ୟବସ୍ଥା କରୁଥିବାବେଳେ ଵିଜାତଳା ବ୍ଳକର‌ ଵିଜାତଳା ପଞ୍ଚାୟତର ଖଡିଆଶୋଳ ଗ୍ରାମରୃ ଆଜିଯାଏଁ ସ୍ଥାୟୀ ଜଳ ସମସ୍ୟା କରାଯାଇ ପାରି ନାହିଁ ‌।ଦୀପ ତଳ ଅନ୍ଧାର ଭଳି ବ୍ଳକ୍ ସଦର ମହକୁମା ପଞ୍ଚାୟତରେ ଜଳ ସଙ୍କଟ ଦେଖା ଦେଇଛି ।ଏହି ଗ୍ରାମରେ ୫୦୦ରୁ ଉର୍ଦ୍ଧ୍ବ ଲୋକେ ବସବାସ କରନ୍ତି । ଗାଁ ରେ ଥିବା ଅଧିକାଂଶ ନଳକୂପ ଅଚଳ ।ଗ୍ରାମ ପୋଖରୀ ଶୁଖିବାକୁ ବସିଲାଣି ।ଲୋକେ ଶୌଚ,ଗାଧୋଇବା,ଲୁଗା କିଣିବା, ଗୋରୁଗାଈ ଙ୍କୁ ଧୋଇବା କାମ କରିବାରେ ଅସୁବିଧାରେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟ ଗ୍ରାମକୁ ଯାଇ ପିଇବା ପାଣି ଆଣୁଛନ୍ତି ।ବ୍ଳକ ପ୍ରଶାସନ କୁ ଜଣାଇଲେ ମଧ୍ୟ ସୁଫଳ ପାଇଁ ପାରୁ ନାହାଁନ୍ତି ।ବାଧ୍ୟ ହୋଇ ଆଜି ଖଡିଆଶୋଳ ଗ୍ରାମବାସୀ ରାଇରଙ୍ଗପୁରରେ ବାମନଘାଟୀ ଉପ ଜିଲ୍ଲାପାଳଙ୍କୁ ଜଳ ସମସ୍ୟା ସମାଧାନ ପାଇଁ ଗୁହାରି କରିବା ସହ ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।ଯଦି ପ୍ରଶାସନ ଏହାର ସମାଧାନ ନ କରନ୍ତି ଆଗାମୀ ଦିନରେ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ବାଧ୍ୟ ହେବେ ଯେଉଁଥିପାଇଁ ପ୍ରଶାସନ ଦାୟୀ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ