ଖଡିସିଙ୍ଗା ଉଚ୍ଚ ବିଦ୍ୟାଳୟରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଖଡିସିଙ୍ଗା ଉଚ୍ଚ ବିଦ୍ୟାଳୟ ଠାରେ ୧୯୯୫ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ସହିତ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ମନୋଜ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଉତ୍ସବକୁ ପ୍ରଧାନଶିକ୍ଷକ ରମାକାନ୍ତ ଲେଙ୍କା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଶିବଚରଣ ମଲ୍ଲିକ, ରଶାନନ୍ଦ ରାଉତ, ନୃସିଂହ ଚରଣ ସାମଲ, ଗୋପିନାଥ ମିଶ୍ର, ଶିକ୍ଷୟତ୍ରୀ ପୁଷ୍ପିତା ବାହାଳି, ଶିକ୍ଷକ ନରେନ୍ଦ୍ର ସ୍ୱାଇଁ, ମହେନ୍ଦ୍ର କୁମାର ମଲ୍ଲିକ, ଗଣେଶ ବିଶ୍ୱାଳ, ରମାକାନ୍ତ ରାଉତ, ଲକ୍ଷ୍ମୀନାରାୟଣ ପଲେଇ, ପଦ୍ମାବତୀ କର, ଶୁବଦେବ ରଥ, ଉମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ଜୀବନ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅବିସ୍ମରଣୀୟ ମୂହୁର୍ତ୍ତ ବୋଲି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟତ୍ରୀମାନେ ମତଦେଇଥିଲେ । ଏହି ଅବସରରେ ବିଦ୍ୟାର୍ଥୀ ମାନଙ୍କ ପକ୍ଷରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ଓ ତିଲକ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଛାତ୍ର ବିରେନ୍ଦ୍ର ବରାଳ ସ୍ୱାଗତ ଭାଷଣ, ରଞ୍ଜନ କୁମାର ରାଉତ ଅତିଥି ପରିଚୟ, ସୁଦର୍ଶନ ଦାସ ଧନ୍ୟବାଦ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ୧୯୯୫ବ୍ୟାଚର ବିଦ୍ୟାର୍ଥୀ ସୁଦର୍ଶନ ଦାସ, ଉମାକାନ୍ତ ବିଶ୍ୱାଳ, ସୁବାଶିଷ ସ୍ୱାଇଁ, ସୁଶାନ୍ତ କୁମାର ପାତ୍ର, ନିର୍ମଳ କୁମାର ମଲ୍ଲିକ, ପ୍ରହଲ୍ଲାଦ ସ୍ୱାଇଁ, ସତୀସ କୁମାର ନାୟକ, ହିମାଂଶୁ ଶେଖର ବିଶ୍ୱାଳ, ଭଗବାନ ଓଝା, ଅଶୋକ ପରିଡା, ନିବେଦିତା ସ୍ୱାଇଁ, ସ୍ୱାଗତିକା ମଲ୍ଲିକ, ସୁଶ୍ରୀ ସଂଗୀତା ନାୟକ, ବିଣାପାଣୀ ପାତ୍ର, ଜ୍ୟୋର୍ତିମୟୀ ସେନାପତି ପ୍ରମୁଖ ଯୋଗଦେଇଥିଲେ ।


