ଖଣିଜ ଚୋରାଚାଲାଣ ରୋକିବା ପାଇଁ ଜିଲ୍ଲା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର): ଜିଲ୍ଲାରେ ବେଧଡ଼କ ଭାବରେ ଲଘୁ ଖଣିଜ ଚୋରା ଚାଲାଣ ହେଉଥିବା ବେଳେ, ଏଥିରେ ରୋକ ଲଗାଇବା ପାଇଁ ଜିଲ୍ଲା ପୋଲିସ ଅଣ୍ଟା ଭିଡ଼ିଛି. ବିଶେଷ କରି ଜିଲ୍ଲାରୁ ବାଲି ବାହାର ରାଜ୍ୟକୁ ଚାଲାଣ ହେଉଥିବାରୁ ସରକାର ବ୍ୟାପକ ରାଜସ୍ୱ ହରାଉଛନ୍ତି. ତେବେ
ବିଗତ ୫ଦିନରେ ଜିଲ୍ଲା ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଡ୍ରାଇଭ କରାଯାଇ ବିଭିନ୍ନ ସ୍ଥାନରୁ ଲଘୁ ଖଣିଜ ପରିବହନ କରୁଥିବା ୪୨ଟି ଟ୍ରାକ୍ଟର, ୩ଟି ଡମ୍ଫର ଓ ୨ ଟି ଟିପ୍ପର ଜବତ କରାଯାଇଥିବା ନେଇ ସୂଚନା ମିଳିଛି.
ଜିଲ୍ଲା ଅରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବେଆଇନ ଲଘୁ ଖଣିଜ ଚୋରା ଚାଲାଣ ଉପରେ କଡା ନଜର ରଖଯାଇଥିବା ବେଳେ, ବେଆଇନ ଖଣି ଖନନ ଏବଂ ଲଘୁ ଖଣିଜ ପଦାର୍ଥ ପରିବହନ ବିରୁଦ୍ଧରେ ଏକ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଦ୍ଵାରା ଡ୍ରାଇଭ କରାଯାଇଥିଲା. ଏହି ଡ୍ରାଇଭ ଦ୍ବାରା ଜିଲ୍ଳାର ବିଭିନ୍ନ ଥାନା ଅଞ୍ଚଳରୁ ୪୨ ଗୋଟି ଟ୍ରାକ୍ଟର, ୩ଟି ହାଇୱା (ଡମ୍ପର) ଏବଂ ୨ ଟି ଟିପ୍ପର (ମିନି ଟ୍ରକ) ଜବତ କରାଯିବା ସହ ଏନେଇ ବିଭିନ୍ନ ଥାନାରେ ସମୁଦାୟ ୪୫ ଗୋଟି ମାମଲା ରୁଜୁ ମଧ୍ୟ ହୋଇଛି. ଏ ବାବଦରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି.