ଖଣିଜ ସାମ୍ପଲିଙ୍ଗ କାର୍ଯ୍ୟାଳୟରୁ ଚୋରୀ ନେଇ ଥାନାରେ ଅଭିଯୋଗ

ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ସହରର କମାରଯୋଡାଠାରେ ଥିବା ଏସଜିଏସ ଖଣିଜ ସାମ୍ପଲିଙ୍ଗ କାରଖାନାର କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ଚୋରୀ ହୋଇଥିବା ଯୋଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ଉକ୍ତ କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ୩୦ଟି ଟାଟା ଆଜବେଷ୍ଟ ସିଟ୍ ଶୁକ୍ରବାର ରାତ୍ରି ସମୟରେ ଚୋରି ହୋଇଯାଇଥିବା ପର ଦିନ ସକାଳ ସମୟରେ କମ୍ପାନୀ କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ଏନେଇ କମ୍ପାନୀ ପକ୍ଷରୁ ଶନିବାର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଉକ୍ତ ଦିନ ରାତ୍ରିରେ ଦୁଇଜଣ ଘରୋଇ ସୁରକ୍ଷା କର୍ମୀ ଖଣିଜ ସାମ୍ପଲିଙ୍ଗ କାର୍ଯ୍ୟାଳୟରେ ନିୟୋଜିତ ଥିବା ବେଳେ ଏହି ଚୋରି କେମିତି ହେଲା , ସେନେଇ ପୋଲିସ ଦୁଇଜଣ ଘରୋଇ ସୁରକ୍ଷାକର୍ମୀଙ୍କୁ ଥାନାକୁ ଡକାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ