ଖଣିବିଭାଗ ଦ୍ୱାରା ବେଆଇନ ଚୋରା ଖଣିଜ ଜବତ
ଯୋଡା,(ସମୀର କୁମାର ଦାସ): ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ତଥା ବାମେବାରୀ ଥାନା ଅଧିନରେ ଥିବା ଆନ୍ତରାମାନ୍ତରା ଛକଠାରୁ ରବିବାର ଯୋଡା ଖଣିବିଭାଗ ୩ ଟ୍ରିପ୍ ବେଆଇନ ଗଚ୍ଛିତ ଲୁହାପଥର ଜବତ କରିଛି । ଯୋଡା ଖଣି ଯୁଗ୍ମ ନିର୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ତରାମାନ୍ତରା ଛକଠାରେ ପ୍ରାୟ ୩୦ ମେଟ୍ରିକ ଟନ୍ ଚୋରା ଲୁହାପଥର ଗଚ୍ଛିତ ଥିବା ଖବର ପାଇ ଯୋଡା ଖଣିବିଭାଗର ଅଧିକାରୀ ଅଜୟ ଗିରି, କଳାକର ବେହେରା, ଭାସ୍କର ସିଂ ଚଢାଉ କରି ଉକ୍ତ ଚୋରା ଲୁହାପଥରକୁ ଜବତ କରିଥିଲେ । ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଚୋରା ଲୁହାପଥର ବିଭିନ୍ନ ରେଳ ସାଇଡିଂରୁ ଚୋରାରେ ଅଣାଯାଇ ସେଠାରେ ଗଚ୍ଛିତ ରଖାଯାଉଥିଲା ।