ଖଣିରେ ନିଯୁକ୍ତି ପ୍ରଦାନ, ପରିବହନ କାର୍ଯ୍ୟ ନେଇ ପରିବହନ ବନ୍ଦ କଲେ ସ୍ଥାନୀୟ ଅଂଚଳବାସୀ

ଯୋଡ଼ା,( ଯୁଗାବ୍ଦ ନୁ୍ୟଜ୍): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜୁରୁଡିସ୍ଥିତ ଏସେଲ ଖଣିରେ ଖଣିଜ ପରିବହନକୁ ନେଇ କମ୍ପାନୀ ର ପରିବହନ କାର୍ଯ୍ୟକୁ ସ୍ଥାନୀୟ ଅଂଚଳବାସୀ ବନ୍ଦ କରିଦେଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ବୁଧବାର ରାତିରେ ଏସେଲ ଖଣିରୁ ବସନ୍ତପୁରସ୍ଥିତ ପ୍ରୋ ମିନେରାଲ ଶିଳ୍ପକୁ ଖଣିଜ ପରିବହନ ହେଉଥିବା ବେଳେ ସ୍ଥାନୀୟ ଅଂଚଳବାସୀ ଏହାକୁ ବିରୋଧ କରି ଲୁହା ପଥର ପରିବହନ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ । ଗୁରୁବାର ସକାଳ ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳବାସୀ ଏସେଲ ମାଇନିଂର ମୁଖ୍ୟ ଖଣିଜ ପରିବହନ ଗେଟ୍ ସମ୍ମୁଖରେ ଶତାଧିକ ଲୋକ ଏକତ୍ରିତ ହୋଇ ପରିବହନ କାର୍ଯ୍ୟକୁ ବନ୍ଦ ରଖିଥିଲେ । ଏହି ବନ୍ଦର କାରଣ ସମ୍ପର୍କରେ ଜଣାପଡିଛି ଯେ, ଖଣି କମ୍ପାନୀ ପକ୍ଷରୁ ସ୍ଥାନୀୟ ଅଂଚଳବାସୀଙ୍କୁ ଉକ୍ତ ପରିବହନ କାର୍ଯ୍ୟ ନଦେଇ ଗୁପ୍ତ ଭାବେ କାଳିମାଟି ଅଂଚଳର ଏକ ପରିବହନ ସଂସ୍ଥାକୁ ପରିବହନ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ଉକ୍ତ ପରିବହନ ସଂସ୍ଥା ପକ୍ଷରୁ ବୁଧବାର ଏସେଲ ଖଣିରୁ ପ୍ରୋ ମିନେରାଲକୁ ଖଣିଜ ପରିବହନ କରିବା ପାଇଁ ୪ଟି ଗାଡି ଖଣି ମଧ୍ୟକୁ ଖଣିଜ ପରିବହନ ପାଇଁ ପ୍ରବେଶ କରିଥିଲା । ଗୋଟିଏ ଗାଡି ଖଣିଜ ପରିବହନ କରି ଖଣିର ଓଜନ କନ୍ଟାରେ ଓଜନ ହେବା ପାଇଁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଏହା ଜାଣିପାରି ଖଣିର ପରିବହନ ଗେଟ୍ କୁ ଯାଇ ଏହାକୁ ବନ୍ଦ କରିଦେଇଥିଲେ । ଏସେଲ ଖଣି କର୍ତୁପକ୍ଷ ସ୍ଥାନୀୟ ଜଜାଙ୍ଗ ସରପନଚ ରନôମଣୀ ନାଏକ, ସମିତିସଭ୍ୟ ଜୁରୁଡି ସରପନଚ ସୁଜାତା ହେମ୍ବରମ ଓ ଜଲହରି ଗ୍ରାମପନଚାୟତର ସରପନଚ ମିତା ମୁଣ୍ଡା ଓ ସମିତିସଭ୍ୟ ଓ ତାଙ୍କ ସମର୍ଥକଙ୍କ ସହ ଏନେଇ ଆଲୋଚନା କରିଥିଲେ । କମ୍ପାନୀ ଅଧିକାରୀମାନେ ଆଲୋଚନାରେ ଉକ୍ତ ପରିବହନ ସଂସ୍ଥାର ୪ଟି ଗାଡି କେବଳ ଖଣି ଭିତରକୁ ପଶିଥିଲେ । କମ୍ପାନୀ ପକ୍ଷରୁ ଉକ୍ତ ଗାଡିଗୁଡିକୁ ଖଣିଜ ବୋଝେଇ କରାଯାଇନଥିଲା । ସ୍ଥାନୀୟ ଅଂଚଳରେ ଲୋକଙ୍କୁ ପରିବହନ କାର୍ଯ୍ୟ ନଦେଇ କିପରି ଉକ୍ତ ୩ଟି ଗ୍ରାମପନଚାୟତରୁ ବାହାର ଅଂଚଳର ବ୍ୟକ୍ତି ବିଶେଷଙ୍କୁ ପରିବହନ କାର୍ଯ୍ୟ ଦିଆଗଲା ବୋଲି ପ୍ରଶ୍ନର ଉତରରେ କମ୍ପାନୀ ଅଧିକାରୀମାନେ ସ୍ଥାନୀୟ ଅଂଚଳବାସୀଙ୍କୁ ପରିବହନ କାର୍ଯ୍ୟ ଦେବା ନେଇ ଆଗାମୀ ୧୫ ଦିନ ମଧ୍ୟରେ କମ୍ପାନୀର ଉଚ୍ଚ ଅଧିକାରୀଙ୍କ ସହ କଥାବାର୍ତା ହେବେ ଏବଂ ଏହି ସମୟ ମଧ୍ୟରେ ଏସେଲ ଖଣିରୁ ବସନ୍ତପୁରସ୍ଥିତ ପ୍ରୋମିନେରାଲ ଶିଳ୍ପକୁ ଖଣିଜ ପରିବହନ ବନ୍ଦ ରଖାଯିବ କହିଥିଲେ ବୋଲି କମଳପୁର ଗ୍ରାମର ହରେକୃଷ୍ଣ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ସ୍ଥାନୀୟ ସରପନଚ ମାନେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଏସେଲ ଖଣିର ସମସ୍ତ ପରିବହନ କାର୍ଯ୍ୟ ସ୍ଥାନୀୟ ଅଂଚଳବାସୀଙ୍କୁ ଦିଆଯିବାର କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ କେଉଁ ସ୍ୱାର୍ଥରେ କମ୍ପାନୀ କର୍ତୁପକ୍ଷ ବାହାର ଅଂଚଳର ବ୍ୟକ୍ତି ବିଶେଷଙ୍କୁ ଗୁପ୍ତ ଭାବେ ପରିବହନ କାର୍ଯ୍ୟ ଦେଇଛି ତାହା ସନେ୍ଦହଜନକ । କମ୍ପାନୀ ସ୍ଥାନୀୟ ଅଂଚଳବାସୀଙ୍କୁ ନିଯୁକ୍ତି ପ୍ରଦାନ, ପରିବହନ କାର୍ଯ୍ୟ ପ୍ରଭୃତିରେ ସ୍ଥାନୀୟ ଅଂଚଳବାସୀଙ୍କୁ ଅଣଦେଖା କରି ବାହାର ଅଂଚଳର ଲୋକଙ୍କୁ ଖଣିର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭିନ୍ନ ସମୟରେ ଖଣିରେ ନିଯୁକ୍ତି ଦାବି କରି ସ୍ଥାନୀୟ ଅଂଚଳବାସୀ ଆନେ୍ଦାଳନ କରିଛନ୍ତି । କମ୍ପାନୀ ନିଯୁକ୍ତି ଦିଆଯିବାର ପ୍ରତିଶ୍ରୁତି ଦେଉଥିଲେ ହେଁ , ଏହାକୁ ପରବର୍ତୀ ସମୟରେ ଭୁଲି ଯାଉଥିବା ସେମାନେ ଅଭିଯୋଗରେ କହିଛନ୍ତି । ଅନ୍ୟପକ୍ଷରେ ଏନେଇ ଏସେଲ ଖଣିର ମାନବ ସମ୍ବଳ ଅଧିକାରୀ ଚିତରଂଜନ ବାହିନିପତି ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଖଣିରେ ଖଣିଜ ପରିବହନକୁ ନେଇ କୌଣସି ପ୍ରକାର ଘଟଣା ଘଟିନାହିଁ । କେବଳ ଖଣିରେ ନିଯୁକ୍ତି ନେଇ ଅଂଚଳବାସୀ ଦାବି କରିଥିଲେ । ଏନେଇ ସେ ଉଚ୍ଚ କର୍ତୁପକ୍ଷଙ୍କୁ ଜଣାଇଥିବା ସେ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଂଚଳବାସୀଙ୍କୁ ନିଯୁକ୍ତି ଓ ପରିବହନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି ଏବଂ ଏକ୍ଷେତ୍ରରେ ମଧ୍ୟ କମ୍ପାନୀ ଅଂଚଳବାସୀଙ୍କ ଦାବି ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଥିଲେ । ବୁଧବାର ଠାରୁ ଖଣିର ପରିବହନ କାର୍ଯ୍ୟ ବନ୍ଦ ହୋଇଥିବାରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ଏକ ସେକ୍ସନ ପୋଲିସ ମୁତୟନ କରାଯାଇଥିବା ସ୍ଥାନୀୟ ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ