ଖଣିରେ ନିଯୁକ୍ତି ସମ୍ବନ୍ଧୀୟ ପ୍ରତିଶ୍ରୁତି ପାଣିର ଗାର, ଗ୍ରାମବାସୀଙ୍କର ଏକ ଜରୁରୀ ବୈଠକ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ବ୍ଲକ ଦେଓଝର ଗ୍ରାମପନଚାୟତର ମୁର୍ଗାବେଡାଠାରେ ଥିବା ଟାଟାଷ୍ଟିଲର କାଟାମାଟି ଲୌହ ଖଣିରେ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ନେଇ କମ୍ପାନୀ କର୍ତୁପକ୍ଷ ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିଥିବା ପ୍ରତିଶ୍ରୁତି ପାଣିର ଗାର ହୋଇଥିବାରୁ ଗ୍ରାମବାସୀମାନେ ଏନେଇ ରବିବାର ଏକ ଜରୁରୀକାଳୀନ ବୈଠକ କରିଛନ୍ତି । ଉକ୍ତ ବୈଠକରେ ୫ ଟି ପନଚାୟତ ଦେଓଝର, ଅଁସେଇକଳା, କଣ୍ଡରା, ବିରିକଳା ଓ ଚମକପୁର ପନଚାୟତର ଶତାଧିକ ମହିଳାପୁରୁଷ ଏକତ୍ରିତ ହୋଇ ସେମାନଙ୍କର ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ କି, ଗତ ୨୦୧୯ ମସିହା ଜାନୁଆରୀ ୨୩ ତାରିଖ ଠାରୁ ୨୦୨୦ ମସିହା ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଖଣିର ପ୍ରତିଶ୍ରୁତି ମୁତାବକ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି କରି ଧାରଣା ଦେଇଥିଲେ । ମାତ୍ର କମ୍ପାନୀ କର୍ତୁପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ ସେମାନଙ୍କର ଦାବି ପୁରଣ ନେଇ କୌଣସି ଦୃଷ୍ଟି ଦେଇନଥିଲା । ଫଳସ୍ୱରୂପ ଗ୍ରାମବାସୀମାନେ ନିଷ୍ପତି ନେଇ ଫେବୃୟାରୀ ୪ ତାରିଖରେ କାଟାମାଟି ଖଣିର ପରିବହନ କାର୍ଯ୍ୟ ବନ୍ଦ କରିଦେଇଥିଲେ । ଉକ୍ତ ଦିନ ଘଟଣାସ୍ଥଳରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲେ ଏବଂ ପୋଲିସ ଫେବୃୟାରୀ ୫ ତାରିଖରେ ପ୍ରାୟ ୩୩ ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା । କମ୍ପାନୀ କର୍ତୁପକ୍ଷ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏହାର ସମାଧାନ କରାଯିବାର ପୋଲିସ ପକ୍ଷରୁ ଗ୍ରାମବାସୀମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ଗ୍ରାମବାସୀମାନେ ବହୁବାର ପୋଲିସ ପାଖକୁ ଯାଇଥିଲେ ହେଁ, ପୋଲିସ ପ୍ରଶାସନ କମ୍ପାନୀ କର୍ତୁପକ୍ଷଙ୍କୁ ଡକାଇ କୌଣସି ଆଲୋଚନା କରିନଥିଲା ବରଂ ସେମାନେ ବେଆଇନ୍ କାମ କରିଥିବା ଦର୍ଶାଇ ଏବଂ ପୂର୍ବରୁ କିଛି ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିବା କହି ପୋଲିସ ସେମାନଙ୍କୁ ଗିରଫ କରିବାର ଧମକ ଦେଇଥିବା ଏବଂ ଏହି ଅଂଚଳରେ ଲୌହପରିବହନ କାର୍ଯ୍ୟ କରୁଥିବା ବିହାର , ଝାଡଖଣ୍ଡ ଓ ଛତିଶଗଡ ରାଜ୍ୟର ମୁଷ୍ଟିମେୟ ବ୍ୟକ୍ତିମାନଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଅଂଚଳର କିଛି ରାଜନେତା ଗ୍ରାମବାସୀମାନଙ୍କୁ ମାଡମାରିବା ଧମକ ଦେଉଥିବା ସ୍ଥାନୀୟ ଆଦିବାସୀ ସଂଗଠନ ହୋ ସେୟାଁ ମାସ୍କାଲ ଅ।।କାଡାର ସଂପାଦକ କୃଷ୍ଣଚନ୍ଦ୍ର ଗାଗରାଇ ଅଭିଯୋଗରେ କହିଛନ୍ତି । ଏନେଇ ସେମାନେ ଜିଲାପାଳ ଏବଂ ଏସପି ଙ୍କଠାରେ ଲିଖିତ ଅଭିଯୋଗ କରିବେ ବୋଲି ରବିବାର ବୈଠକରେ ନିଷ୍ପତି ହୋଇଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ