ଖଣିର ପରିବହନ କାର୍ଯ୍ୟ ବନ୍ଦ ଡାକରାକୁ ପଂଚାୟତବାସୀଙ୍କ ବିରୋଧ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଦେଓଝର ଗ୍ରାମପନଚାୟତସ୍ଥିତ ଟାଟାଷ୍ଟିଲ କାଟାମାଟି ଲୁହାପଥର ଖଣିର ପରିବହନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଭାଜପା ପକ୍ଷରୁ ଦିଆଯାଇଥିବା ଡାକରାକୁ ସ୍ଥାନୀୟ ୫ଟି ଗ୍ରାମପନାଚୟତର ଗ୍ରାମବାସୀ ବିରୋଧ କରିଛନ୍ତି । ଯୋଡା ବ୍ଲକର ଦେଓଝର , କଣ୍ଡରା, ଅଁସେଇକଳା, ଚମକପୁର, ବିରିକଳା ଗ୍ରାମପନଚାୟତର ପନଚାୟତବାସୀ ଶନିବାର ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ଏକ ଖବରଦାତା ସମ୍ମିଳନୀ କରି ଏ ସମ୍ପର୍କରେ ଖବରଦାତାମାନଙ୍କ ସମୁଖରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିରେ ଦେଓଝର ଓାର୍ଡ ମେମ୍ବର ବିଳାସିନୀ ନାଏକ, ଦେଓଝର ସରପନଚ ମଙ୍ଗଲ ମୁଣ୍ଡା, ସମିତି ସଭ୍ୟ ଯୁଧିଷ୍ଠିର ପଲେଇ, ସାମାଜିକ କର୍ମୀ ମନ୍ମଥ ବେହେରା, କାଟାମାଟି ମଜଦୁର୍ ସଭାର ସଂପାଦକ ବୀର ନାଏକଙ୍କ ସମେତ ଗ୍ରାମବାସୀ ପାଣ୍ଡିଆ ମୁଣ୍ଡା, ବିମଳ ମୁଣ୍ଡା, ମାନସ ରଂଜନ ବେହେରା ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି କାଟାମାଟି ଖଣି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୫ ଟି ଗ୍ରାମପନଚାୟତର ଲୋକ ନିର୍ଭରଶୀଳ । କିଛି ଗ୍ରାମବାସୀ ଏହି ଖଣିରେ ନିଯୁକ୍ତି ପାଇଥିବା ବେଳେ ଅଧିକାଂଶ ଲୋକ ଖଣିରେ ପରିବହନ କାର୍ଯ୍ୟ ହେତୁ ନିଜର ଜିବୀକା ଅର୍ଜନ କରିପାରୁଛନ୍ତି । ସ୍ଥାନୀୟ କିଛି ଲୋକ ଜମି ବିକ୍ରୟ କରି ଋଣ ନେଇ ଟ୍ରକ ଡମ୍ପର କ୍ରୟ କରିଛନ୍ତି ଏବଂ ଖଣିରେ ପରିବହନ କାର୍ଯ୍ୟରେ ଟ୍ରକ ନିୟୋଜିତ କରି ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିଜର ରାଜନୈତିକ ଉଦ୍ଦେଶ୍ୟରେ ସ୍ଥାନୀୟ ଅଂଚଳର କିଛି ଲୋକଙ୍କୁ ହାତବାରିଶ୍ କରି ନିଜର ସ୍ୱାର୍ଥ ହାସଲ କରିବା ପାଇଁ କିଛି ଦାବି ଉପସ୍ଥାପନ କରି ଖଣିର ପରିବହନ କାର୍ଯ୍ୟକୁ ଆସନ୍ତା ୪ ତାରିଖଠାରୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି । ଭାଜପା ପକ୍ଷରୁ ସ୍ଥାନୀୟ କିଛି ଲୋକଙ୍କୁ ନେଇ କେନ୍ଦୁଝରଠାରେ ଗତ ତା ୨୮/୦୧/୨୦୨୦ ରିଖରେ ଏକ ଖବରଦାରା ସମ୍ମିଳନୀ କରି ଖଣି କର୍ତୁପକ୍ଷ ଦାବି ପୂରଣ ନକଲେ ଖଣିର ପରିବହନ କାର୍ଯ୍ୟ ବନ୍ଦ କରିବା ପାଇଁ ଉକ୍ତ ସମ୍ମିଳନୀରେ ଚେତାବନୀ ଦେଇଥିଲେ । ତେବେ ଖଣିର ପରିବହନ କାର୍ଯ୍ୟ ବନ୍ଦ ହେଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ହଜାର ହଜାର ଲୋକ ଜୀବନଜିବୀକା ହରାଇବାର ଆଶଙ୍କା ରହିଛି । ଏଣୁ ଶନିବାର ଖବରଦାତା ସମ୍ମିଳନୀ ମାଧ୍ୟମରେ ପଂଚାୟତବାସୀ ଏହାର ବିରୋଧ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏହି ଖବରଦାତା ସମ୍ମିଳନୀର ଉଦ୍ଦେଶ୍ୟ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଏହାକୁ ପ୍ରଶାସନ ଗୁରୁତର ସହ ନନେଲେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ