ଖଣି ଅଂଚଳରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ଯୋଡ଼ା,(ସମୀର କୁମାର ଦାସ) :କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଖଣି ଅଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଖଣ୍ଡବନ୍ଧଠାରେ ଥିବା ଏକ ଖଣିରେ କାର୍ଯ୍ୟ କରୁଥିବା ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ହସ୍ତଗତ ହୋଇଛି । ଉକ୍ତ ୨ ଜଣ କର୍ମଚାରୀ ଯୋଡା ସହରର ୯ନଂ ଓାର୍ଡରେ ରହି ଦୈନିକ ଉକ୍ତ ଖଣିରେ କାର୍ଯ୍ୟ କରୁଥିଲେ । ସେମାନେ ରହୁଥିବା ହଟିଂକୁ ଯୋଡା ପୌରପାଳିକା ପକ୍ଷରୁ କନ୍ଟେଟମେନ୍ଟ ଜୋନ ଘୋଷଣା କରାଯାଇନାହିଁ । ସେମାନେ ରହୁଥିବା ଓ ତାଙ୍କ ଘରକୁ ମଧ୍ୟ ବିଷୋଧନ କାର୍ଯ୍ୟ ମଧ୍ୟ କରାଯାଉନାହିଁ । କାର୍ଯ୍ୟ କରୁଥିବା ଖଣି ଅଂଚଳରୁ ଏହି ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । କାରଣ , ସେମାନେ ରହୁଥିବା ହଟିଂରେ ଆଉ କାହାକୁ କରୋନା ସଂକ୍ରମଣ ହୋଇ ନଥିବା ଖବର ରହିଛି । ଖଣି କମ୍ପାନୀ ପକ୍ଷରୁ ମଧ୍ୟ ଏହି ଘଟଣାକୁ ହେୟଜ୍ଞାନ କରାଯାଉଛି । ଉକ୍ତ କର୍ମଚାରୀ ଙ୍କୁ କୋଭିଡ୍ କେନ୍ଦ୍ରରେ ଭର୍ତି କରାଯାଇଥିଲେ ହେଁ, କମ୍ପାନୀ ପକ୍ଷରୁ ମଧ୍ୟ ଏଥପ୍ରତି ଦୃଷ୍ଟି ଦିଆଯାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯୋଡା ପୌରପାଳିକା ଓ ଖଣି କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ହଟିଂ ବାସିନ୍ଦା ସଂକ୍ରମଣର ଆଶଙ୍କା ରେ ରହିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ଉକ୍ତ ଖଣିରେ କାର୍ଯ୍ୟ କରୁଥିବା ୧୨ ଜଣଙ୍କୁ କରୋନା ସଂକ୍ରମଣ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଯୋଡା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ କହିଛନ୍ତି ଯେ, କେନ୍ଦୁଝର ଜିଲାପାଳ ଗତ ତା ୩୦/୦୬/୨୦୨୦ ରିଖ ରେ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି, ଖଣି କମ୍ପାନୀ କରୋନା ସଂକ୍ରମଣ ରୋକିବା ପାଇଁ ଆବଶକୀୟ ପଦକ୍ଷେପ ଗ୍ରହଣ କରିବେ । ଏନେଇ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି  ପ୍ରଶାସନ ଏନେଇ ଦୃଷ୍ଟି ଦେଇ ଆବଶକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ଘରୋଇ ଖଣି କମ୍ପାନୀ ସହିତ ଆଲୋଚନା କରି ପଦକ୍ଷେପ ନେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ